30.1 C
Bhubaneswar
Saturday, March 14, 2026
Homeଓଡିଶାସଶକ୍ତ ସଂଗଠନ ଗଢି ତୋଳିବା: ମନମୋହନ ସାମଲ

ସଶକ୍ତ ସଂଗଠନ ଗଢି ତୋଳିବା: ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି । ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ । ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି କାର୍ଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନଗମନଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ତାଳଚେର ଓ ଅନୁଗୁଳ ହେଉଛି ଓଡ଼ିଶାର କେନ୍ଦ୍ରାଚଂଳ । ଏହି ମିଶ୍ରଣ ପରେ ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ ଦଳର ସଂଗଠନ ଆହୁରୀ ଶକ୍ତିଶାଳୀ ହୋଇଯାଇଛି । ସଶକ୍ତ ସଂଗଠନ ଗଢି ତୋଳିବାର ଦାୟୀତ୍ୱ ଆମ ସମସ୍ତଙ୍କର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏହି ଅବସରରେ ତାଳଚେର ପୌର ପରିଷଦର ନଗରପାଳ ଶ୍ରୀ ପବିତ୍ର ଭୂତିଆ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଭୁତିଆଙ୍କ ସମେତ ତାଳଚେର ପୈାର ପରିଷଦର ୧୩ ଜଣ କାଉନସିଲର, ଅନେକ ସଂଖ୍ୟାରେ ସରପଂଚ ଓ ନିର୍ବାଚିତ ଜନପ୍ରତିନିଧି ଏବଂ ବିଜେଡି ନେତା ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ବିଜେଡି ନେତାମାନଙ୍କ ଅଣଦେଖା ଓ ଅବହେଳା କାରଣରୁ ସ୍ଥାନୀୟ ଅଂଚଳର ବିକାଶ ବାଧାପ୍ରାପ୍ତ ହୋଇଛି । ବିଜେଡି ଲୋକଙ୍କୁ ଧୋକା ଦେଇଛି । ବିଜେପିର ଡବଲଇଞ୍ଜିନ ସରକାର ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରିଚାଲିଛି । ତାଳଚେରର ସ୍ୱାର୍ଥ ଏବଂ ବିକାଶ ପାଇଁ ବିଜେପିରେ ସାମିଲ ହେଲୁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଶ୍ରୀ ଭୁତିଆ କହିଛନ୍ତି । ତାଳଚେର ପୈାର ପରିଷଦର ୱାର୍ଡ ନଂ. ୧ କାଉନ୍‌ସିଲର ଆସିଫ ଖାନ, ୱାର୍ଡ ନଂ.୨ କାଉନ୍‌ସିଲର ଯଶୋବନ୍ତ ମିଶ୍ର, ୱାର୍ଡ ନଂ.୩ କାଉନ୍‌ସିଲର ଲିପିକା ବେହେରା, ୱାର୍ଡ ନମ୍ବର ୫ କାଉନ୍‌ସିଲର ସଞ୍ଜୀବ ବେହେରା, ୱାର୍ଡ ନମ୍ବର ୬ କାଉନ୍‌ସିଲର ଜିତେନ୍ଦ୍ର ଭୂତିଆ, ୱାର୍ଡ ନମ୍ବର ୯ କାଉନ୍‌ସିଲର ମମତା ରାଉତ, ୱାର୍ଡ ନମ୍ବର ୧୦ କାଉନ୍‌ସିଲର ଅଜିତ୍ ସାହୁ, ୱାର୍ଡ ନମ୍ବର ୧୧ କାଉନ୍‌ସିଲର ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଧର୍ମପତ୍ନୀ ନିରୁପମା ପଟ୍ଟନାୟକ, ୱାର୍ଡ ନମ୍ବର ୧୨ କାଉନ୍‌ସିଲର ସଞ୍ଜୀବ ଗଡ଼ନାୟକ, ୱାର୍ଡ ନମ୍ବର ୧୪ କାଉନ୍‌ସିଲର ବଲବିନ୍ଦର କୌର, ୱାର୍ଡ ନମ୍ବର ୧୫ କାଉନ୍‌ସିଲର ସବିତା ପାଲ, ୱାର୍ଡ ନମ୍ବର ୧୮ କାଉନ୍‌ସିଲର ଲୀନା ସାହୁ, ୱାର୍ଡ ନମ୍ବର ୨୦ କାଉନ୍‌ସିଲର ସାନ୍ତନୁ ମିଶ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଏହି ଅବସରରେ ଅନ୍ତୁଳିଆ ସରପଂଚ ମଧୁସ୍ମିତା ସାହୁ, ନାଏବ ସରପଂଚ ବିକାଶ ପ୍ରଧାନ, ତାଳଚେର ପୌରପରିଷଦର ପୂର୍ବତନ କାଉନ୍‌ସିଲର ତଥା ସାମାଜିକ କର୍ମୀ ବିଚିତ୍ର ଦାସ, ଆଇନଜୀବୀ ଜ୍ଞାନେଶ୍ୱର ସାହୁ, ଯୁବନେତା ପ୍ରହ୍ଲାଦ କେଶରୀ, ଅରବିନ୍ଦ ଭୂତିଆ, ଅଜିତ କୁମାର ମିଶ୍ର, ନଗେଶ ପଟ୍ଟନାୟକ, ଅନୁଗୁଳ ୱାର୍ଡ ନମ୍ବର ୧୦ କାଉନ୍‌ସିଲରଙ୍କ ସ୍ୱାମୀ ତଥା ବରିଷ୍ଠ ନେତା ବିଶ୍ୱଜିତ୍ ପ୍ରଧାନ, ଅଭୟ ଦାସ, ଆଏ ତିପାଠୀ, ବ୍ରିଜେନ୍ଦ୍ର ମହାରଣା, ସୁରେନ୍ଦ୍ର ଧଳ, କର୍ଣ୍ଣ ସାହୁ, ପପୁ ଦାସ, ସାଗର ପ୍ରଧାନ, ଉଲ୍ଲାସ କେତନ ମହାନ୍ତି, ଟିକନ ସାହୁ, ମନୋଜ ମିଶ୍ର, ସୁବାସ ସାହୁ, ବିଭୁଦତ ସାହୁ, ସରୋଜ ପ୍ରଧାନ, ଟିଙ୍କୁ ସାହୁ, ହେମନ୍ତ କୁମାର ପାଣି, ବିଭୁତି ମିଶ୍ର, ନକୂଳ ବେହେରା, ବିଷ୍ଣୁ ଆଚାର୍ଯ୍ୟ, ଦିଲୀପ ରାଉତ, ସନ୍ତୋଷ ବାରିକ, ଦୀପକ ସାହୁ, ରାକେଶ ମହାପାତ୍ର, ପ୍ରଦୀପ ପଣ୍ଡା, ସୁବ୍ରତ ଦାସ, ସରୋଜ ଦାସ, ସୌମ୍ୟରଞ୍ଜନ କବି, ଶକ୍ତିପ୍ରସାଦ ଦାସ, ବିକ୍ରମ ଶତପଥୀ, ପୁଲକ ପାଣିଗ୍ରାହୀ, ପ୍ରଦୀପ୍ତ ଭୂତିଆ, ରବି ସାହୁ, ସତ୍ୟବ୍ରତ ପ୍ରଧାନ, ମଂଟୁ ପ୍ରଧାନ ପ୍ରଧାନ ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ରଞ୍ଜନ ପଟେଲ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ବିଭୁତି ଭୂଷଣ ପ୍ରଧାନ, ସୀମାରାଣୀ ନାୟକ, ଶତ୍ରୁଘନ ଜେନା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମାଂଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ସରୋଜ କର, ଯଯାତି ପଟ୍ଟନାୟକ, କ୍ଷେତ୍ରୀୟ ମିଡିଆ ସଂଯୋଜକ ଶ୍ରୀ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking