20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶମରକ୍କୋରେ ଭୁଶୁଡ଼ିଲା କୋଠା: ୧୯ ମୃତ

ମରକ୍କୋରେ ଭୁଶୁଡ଼ିଲା କୋଠା: ୧୯ ମୃତ

ମରକ୍କୋ: ମରକ୍କୋରେ ଭୁଶୁଡ଼ିଲା କୋଠା। କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଭୋର ସମୟରେ ମରକ୍କୋର ଫେସ୍ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଚଳିତ ବର୍ଷ ସହରରେ ଏହା ଦ୍ୱିତୀୟ କୋଠା ଭୁଶୁଡ଼ିବା ଘଟଣା। ସୂଚନା ଅନୁଯାୟୀ, ଦୁଇଟି ଆବାସିକ କୋଠାରେ ଆଠଟି ପରିବାର ବାସ କରୁଥିଲେ। ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ କାହିଁକି କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିଲା କିମ୍ବା କେତେ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

ଫେସ୍ ହେଉଛି ମରକ୍କୋର ଦ୍ୱିତୀୟ ବୃହତ୍ତମ ସହର ଏବଂ ଏହି ମାସରେ ହେବାକୁ ଥିବା ଆଫ୍ରିକା କପ୍ ଅଫ୍ ନେସନ୍ସ ଏବଂ ୨୦୩୦ ଫିଫା ବିଶ୍ୱକପ୍ ପାଇଁ ବଛାଯାଇଥିବା ସ୍ଥାନ ମଧ୍ୟରୁ ଗୋଟିଏ। ଏହି ସହରଟି ମଧ୍ୟଯୁଗୀୟ ପ୍ରାଚୀର ଘେରା ପୁରୁଣା ସହର, ବଜାର ଏବଂ ଚମଡା ରଙ୍ଗ ଦୋକାନ ପାଇଁ ବିଶ୍ୱ ପ୍ରସିଦ୍ଧ। କିନ୍ତୁ ପର୍ଯ୍ୟଟନ ବ୍ୟତୀତ, ଏହା ଦେଶର ସବୁଠାରୁ ଗରିବ ସହରାଞ୍ଚଳ କେନ୍ଦ୍ରଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ଘଟଣା ପୂର୍ବରୁ ଚଳିତ ବର୍ଷ ମେ ମାସରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭ ଜଣ ଆହତ ହୋଇଥିଲେ। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking