27.1 C
Bhubaneswar
Monday, February 2, 2026
Homeଓଡିଶାମଇଁଷି ମୃତ୍ୟୁ: ମିଳିବ କ୍ଷତି ପୂରଣ

ମଇଁଷି ମୃତ୍ୟୁ: ମିଳିବ କ୍ଷତି ପୂରଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିବା ଏବେବି ସନ୍ଦେହ ଘେରରେ ରହିଛି। କୁମ୍ଭୀର ଆକ୍ରମଣ ନା ଚିଙ୍ଗୁଡ଼ିଘେରିର ରାସାୟନିକ ପାଣି ଯୋଗୁ ବିଷକ୍ରିୟାରେ ମଇଁଷିଙ୍କ ମୃତ୍ୟୁ ଘଟିଛି ତାହାକୁ ନେଇ ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।ସୂଚନା ଯୋଗ୍ୟ, ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୮୮ ମଇଁଷି ଗଳିଆ ନାଳି ପାଖରେ ବନ୍ଧା ହୋଇଥିଲେ। ନାଳିଟି ଗହୀରିଆ ଓ ଅଣଓସାରିଆ ଥିବାରୁ କୁମ୍ଭୀର ଆକ୍ରମଣ ନା ବିଷକ୍ରିୟା ଯୋଗୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking