ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ଲୋକଙ୍କ ମନ କିଣିବାକୁ ଲାଗିଲେଣି ମୋହନ ସରକାର । ଗରିବଙ୍କ ପାଇଁ ଅନେକ ଯୋଜନା କରି ମନ କିଣୁଛନ୍ତି ମୋହନ ସରକାର । ତେବେ ଓଡ଼ିଶାରେ ଅନାଥ ଶିଶୁଙ୍କ ଆସିଲା ନୂଆ ଯୋଜନା । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି । ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ବ୍ୟୟବରାଦ କରାଯାଇଛି ।










