ନୂଆଦିଲ୍ଲୀ : ଆଜିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟପତି ଦ୍ରୌପଦୀ ମୁର୍ମୁ । ଏଥି ସହ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ମଧ୍ୟାହ୍ନ ୧୨ଟାରେ ଲୋକସଭା ଓ ଦିନ ୨ଟାରେ ରାଜ୍ୟସଭାରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ଆସିବ ବଜେଟ । ୨୦୨୫ – ୨୬ ଆର୍ଥିକ ବର୍ଷର ବଜେଟକୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟର ଉପସ୍ଥାପନ କରିବେ । ସୋମବାର ଠାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟେ ଲୋକସଭା ଓ ରାଜ୍ୟସଭାରେ ଆରମ୍ଭ ହେବ ଆଲୋଚନା । ୨ଟି ପର୍ଯ୍ୟାୟରେ ସଂସଦର ଅଧିବେଶନ ଚାଲିବ । ଆଜିଠୁ ଫେବୃଆରୀ ୧୩ ଯାଏଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏଁ ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବେ କେନ୍ଦ୍ର ସରକାର । ସଂଶୋଧିତ ୱାକଅଫ ବିଲ , ବ୍ୟାଙ୍କିଂ ବିଲ , ବିପର୍ଯ୍ୟୟ ପରିଚାଳନା ବିଲ ଫାଇନାନ୍ସ ବିଲ ୨୦୨୫ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ ହୋଇପାରେ ା