21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ । ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ। ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର। ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ, ନିଟ୍ ଅନିୟମିତତା, ବେରୋଜଗାରୀ ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking