34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆରମ୍ଭ ହେଲା ୨୦୨୪-୨୫ ଅର୍ଥବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି; ପାରମ୍ପରିକ ହାଲୱା ସମାରୋହ ଅନୁଷ୍ଠିତ

ଆରମ୍ଭ ହେଲା ୨୦୨୪-୨୫ ଅର୍ଥବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି; ପାରମ୍ପରିକ ହାଲୱା ସମାରୋହ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ପାରମ୍ପରିକ ହାଲୱା ସମାରୋହ ଅନୁଷ୍ଠିତ ହୋଇଛି । ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀଙ୍କ ‘ଲକ୍‌-ଇନ୍‌’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହାଲୱା ସମାରୋହ ଅନୁଷ୍ଠିତ ହୋଇଥାଏ । ପ୍ରକାଶ, ୨୦୨୪-୨୫ ଆର୍ôଥକ ବର୍ଷପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪ ଜୁଲାଇ ୨୩ ତାରିଖରେ ଉପସ୍ଥାପିତ ହେବ । ଏଥିପାଇଁ ଆଜି ଠାରୁ ବଜେଟ୍ ପ୍ରସ୍ତୁତି ପ୍ର୍ରକିୟା ଆରମ୍ଭ ହୋଇଛି । ଲକ୍‌-ଇନ୍ ପ୍ରକ୍ରିୟା ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟର ବଜେଟ୍ ବିଭାଗର ସମସ୍ତ ଅଧିକାରୀ ବଜେଟ୍ ପ୍ରସ୍ତୁତ କରିବାରେ ନିୟୋଜିତ ରହିଥାନ୍ତି । ସଂସଦରେ ବଜେଟ୍ ଉପସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏହି ଅଧିକାରୀ ତଥା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ପରିବାର ସହ ମଧ୍ୟ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଇ ନ ଥାଏ । ଏଭଳି ପରିସ୍ଥିତିରେ ସରକାର ସେମାନଙ୍କ ପରିଶ୍ରମ ପାଇଁ କୃତଜ୍ଞତା ଜଣାଇବା ପାଇଁ ହାଲୱା ସମାରୋହ ଆୟୋଜନ କରାଯାଇଥାଏ । ହାଲୱା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରଣାଳୟର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଥିବା ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରିବା ସହ ସଂପୃକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତାଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ଅସୁବିଧାମୁକ୍ତ ଆକସେସ୍ କରିବା ପାଇଁ ବାର୍ଷିକ ଆର୍ôଥକ ବିବରଣୀ (ସାଧାରଣତଃ ବଜେଟ୍‌), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ରୀୟ ବଜେଟ୍ ଦସ୍ତାବିଜ୍ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍‌”ରେ ଉପଲବ୍ଧ ହେବ । ଏହି ଆପ୍ ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ । ୟୁନିୟନ ବଜେଟ୍ ୱେବ୍ ପୋର୍ଟାଲ (ଙ୍ଗଙ୍ଗଙ୍ଗ.ସଦ୍ଭୟସବଭଙ୍କୟଶରଗ୍ଧ.ଶକ୍ଟଙ୍ଖ.ସଦ୍ଭ) ରୁ ମଧ୍ୟ ଏହି ଆପ୍ ଡାଉନଲୋଡ୍ କରାଯାଇପାରିବ । ପ୍ରକାଶ, ଜୁଲାଇ ୨୩, ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପ୍ ରେ ଉପଲବ୍ଧ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking