19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବଜେଟ: ଆୟକର ସ୍ଲାବ ପରିବର୍ତ୍ତନ

ବଜେଟ: ଆୟକର ସ୍ଲାବ ପରିବର୍ତ୍ତନ

ନୂଆଦିଲ୍ଲୀ : ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରି ଓ ବେତନଭୋଗୀଙ୍କୁ ଆୟକର ଦେବାକୁ ପଡ଼ିବନି ।  ୧୨ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ଓ ବେତନ ଭୋଗୀଙ୍କୁ ଆୟାକର ଦେବାକୁ  ପଡ଼ିବ ।  ଭାରତର ମଧ୍ୟବିତ୍ତଙ୍କ ପାଇଁ ସରକାର  ବଡ ଘୋଷଣା  କରିଛନ୍ତି  ା ସରକାର କରଦାତାଙ୍କ ମନୋବଳକୁ ଉନ୍ନତ କରିଛନ୍ତି । କାରଣ ୧୨ ଲକ୍ଷ ଟଙ୍କା  ଆୟ  ଉପରେ  କୌଣସି ଆୟକର ଦେବାକୁ ପଡିବନି  ା ଏହା ୧୯୯୭ ପରଠାରୁ ମଧ୍ୟବିତ୍ତ ବର୍ଗଙ୍କ ପାଇଁ  ସବୁଠି ବଡ ଟିକସ  ରିହାତି ଭାବରେ ଆସିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  କହିଛନ୍ତି ଯେ  ନୂତନ ଟିକସ ବ୍ୟବସ୍ଥା ଅଧୀନରେ  ରିହାତି  ୧୨. ୭୫ ଲକ୍ଷ ଟଙ୍କା ପଯ୍ୟନ୍ତ ବୃଦ୍ଧି ପାଇବ ।  ସରକାରଙ୍କ ଦ୍ୱାରା  ଡିଫଲ୍ଟ ଟିକସ ବ୍ୟବସ୍ଥା  କରାଯାଇଥିବା ନୂତନ ଟିକସ ବ୍ୟବସ୍ଥାରେ ରିହାତି ଟିକସ ହାର  ଏବଂ ଉଦାରବାଦ ସ୍ଲାବ ଅନୁମତି ଦିଆଯାଇଛି

ଆୟ ବର୍ଗଗୁଡିକ ମଧ୍ୟରେ ଟିକସ ଲାଭ

ସମୁଦାୟ ଆୟ 

ଚଳିତ ହାର ଅନୁଯାୟୀ ଦର ପ୍ରସ୍ତାବିତ ହାର ଅନୁଯାୟୀ ଟ୍ୟାକ୍ସ ହାରର ଲାଭ ରିହାତି ଲାଭ

ସମୁଦାୟ ଲାଭ

 

8 ଲକ୍ଷ

30,000               20,000  10,000 20,000 30,000
9 ଲକ୍ଷ 40,000 30,000 10,000 30,000 40,000
10 ଲକ୍ଷ 50,000 40,000 10,000 40,000 50,000
11 ଲକ୍ଷ 65,000 50,000 15,000 50,000 65,000
12 ଲକ୍ଷ 80,000 60,000 20,000 60,000 80,000
13 ଲକ୍ଷ 1,00,000 75,000 25,000 0 25,000
14 ଲକ୍ଷ 1,20,000 90,000 30,000 0 30,000
15 ଲକ୍ଷ 1,40,000 1,05,000 35,000 0 35,000
16 ଲକ୍ଷ 1,70,000 1,20,000 50,000 0 50,000
17 ଲକ୍ଷ 2,00,000 1,40,000 60,000 0 50,000
18 ଲକ୍ଷ 4,30,000 1,60,000 70,000 0 70,000
19 ଲକ୍ଷ 2,60,000 1,80,000 80.000 0 80,000
20 ଲକ୍ଷ 2,90,000 2,00,000 90,000 0 90,000
21 ଲକ୍ଷ 3,20,000 4,25,000 95,000 0 95,000
22 ଲକ୍ଷ 3,50,000 4,50,000 1,00,000 0 1,00,000
23 ଲକ୍ଷ 3,80,000 2,75,000 1,05,000 0 1,05,000
24 ଲକ୍ଷ 4,10,100 3,00,000 1,10,000 0 1,10,000
25 ଲକ୍ଷ 4,40,000 3,30,000 1,10,000 0

1,10,000

 

ଏହି ନୂତନ ଟିକସ ଢାଞ୍ଚା  ମଧ୍ୟବିତ୍ତବର୍ଗଙ୍କ  ଟିକସକୁ ଯଥେଷ୍ଟ ହ୍ରାସ କରିବ ।  ପରିବର୍ତ୍ତନଗୁଡିକର ଘୋଷଣା କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ପୂର୍ବରୁ, ଶୂନ ଆୟକର ପ୍ରଦାନ ପାଇଁ ଆୟ ସୀମା ୭ ଲକ୍ଷ ଟଙ୍କା ଥିଲା। ସରକାର କହିଛନ୍ତି ଯେ ଏହି ସୀମା ବୃଦ୍ଧି ଦ୍ୱାରା ପ୍ରାୟ ଏକ କୋଟି କରଦାତା ଲାଭବାନ ହେବେ, ଯେଉଁମାନେ ପୂର୍ବରୁ ୨୦,୦୦୦ ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ ପଡୁଥିଲା । ସେମାନେ ଏବେ ଟିକସ ଦେବେ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking