18.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶବଜେଟ୍ ୨୦୨୫: ନୂଆ ଯୋଜନା

ବଜେଟ୍ ୨୦୨୫: ନୂଆ ଯୋଜନା

ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।  ନୂଆ ଯୋଜନାରେ ସେ କହିଛନ୍ତି, କପା ଉତ୍ପାଦନ ମିଶନ ଘୋଷଣା କଲେ ନିର୍ମଳା ସୀତାରମ । କପା ଉତ୍ପାହନ ପାଇଁ ୫ ବର୍ଷୀୟ ଯୋଜନା ହେବ । ଭାରତ ହେବ ଖେଳନାର ଗ୍ଲୋବାଲହବ୍ । ଖେଳନା ପାଇଁ ହେବ ରାଷ୍ଟ୍ରୀୟ ଯୋଜନା । ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ । ୧୨୦ଟି ନୂଆ ସ୍ଥାନ ପାଇଁ ଉଡାଣ ସ୍କିମ ହେବ । ୪ କୋଟି ନୂଆ ଯାତ୍ରୀଙ୍କୁ ଯୋଡିବା ଲକ୍ଷ୍ୟ ରହିଛି । ୧୦ ବର୍ଷରେ ୧୨୦ ବିମାନବନ୍ଦର ତିଆରି ହେବ । ପାହାଡି ଅଞ୍ଚଳରେ ବିମାନବନ୍ଦର, ହେଲିପ୍ୟାଡ ବ୍ୟବସ୍ଥା ହେବ । ନୂଆ ଉଡାଣ ଯୋଜନାରେ ଯୋଡିହେବ ୧୦୦ ସହର । ୧ ଲକ୍ଷ ଲୋକଙ୍କୁ ମିଳିବ ନୂଆ ଘର । ନ୍ୟାସନାଲ ଜିଓ ସ୍ପେଶାଲ ମିଶନ ଆରମ୍ଭ ହେବ । ଜ୍ଞାନ ଭାରତ ମିଶନର ଶୁଭାରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking