ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ୩.୦ ରେ ଆସିବ ପ୍ରଥମ ବଜେଟ । ଦିନ ୧୧ ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟ ଉସ୍ଥାପନ ପୂର୍ୱରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ମିଳିଛି । ଅମିତ ଶାହ , ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ଦେଶର ପ୍ରଗତି ଆମର ଲକ୍ଷ୍ୟ , ଦେଶର ପ୍ରଗତି ବୃଦ୍ଧି ଆମ ଲକ୍ଷ୍ୟ କହିଛନ୍ତି ନିର୍ମଳା । ବିକଶିତ ଭାରତ ନେଇ ଆମେ ଆଗକୁ ବଢୁଛୁ । ସ୍ୱାସ୍ଥ୍ୟ ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି । ଏଥର ବଜେଟ ୨୦୨୫ ମହିଳା ମାନଙ୍କ କ୍ଷେତ୍ରରେ ଆର୍ଥିକ ଗତିବିଧିରେ ୭୦ ପ୍ରତିଶତ ମହିଳାଙ୍କୁ ଆର୍ଥିକ ଭାବେ ସୁଦୃଢ କରିବା ଆମର ଲକ୍ଷ୍ୟ । ବଜେଟ ୨୦୨୫ ନିଯୁକ୍ତି କ୍ଷେତ୍ରରେ ଯୁବକଙ୍କୁ ରୋଜାଗାର ଦେବା ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଛି । ଦ୍ରୁତ ଗତିରେ ବଢୁଛି ଭାରତର ଅର୍ଥନୀତି । ଲେଦର ସ୍କିମରେ ୨୨ ଲକ୍ଷ ନୂଆ ନିଯୁକ୍ତି ବାହାରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅର୍ଥନୀତିକୁ ଗତି ଦେବୁ । ଆଗାମୀ ୫ ବର୍ଷ ଯାଏଁ ବିକାଶ ପାଇଁ ସୁଯୋଗ ରହିଛି । ଯୁବଶକ୍ତି , ନାରୀଶକ୍ତି , କୃଷକଙ୍କ ସହ ୧୦ଟି ଦିଗକୁ ଧ୍ୟାନ ଦେଉଛି ।









