32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବିଏସପି ୩ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ : ମାୟାବତୀ

ବିଏସପି ୩ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ : ମାୟାବତୀ

ନୂଆଦିଲ୍ଲୀ: ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ହେବାକୁ ଥିବାବେଳେ, ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ଦୁଇଟି ପର୍ୟ୍ୟାୟରେ ମତଦାନ ହେବ । ଏଥି ସହ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ମଧ୍ୟ ଆୟୋଗ ଘୋଷଣା କରିଛନ୍ତି । ଆଉ ଏହି ଘୋଷଣାର କିଛି ସମୟ ପରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବିଏସପି ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ୟୁପିରେ ଏକାକୀ ନିର୍ବାଚନ ଲଢିବ ।

ନଭେମ୍ବର ୨୦ ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୨୩ ରେ ଭୋଟ୍ ଗଣନା କରାଯିବ । ସେହିଭଳି ଝାଡଖଣ୍ଡରେ ନଭେମ୍ବର ୧୩ ଏବଂ ୨୦ରେ ମତଦାନ ହେବାକୁ ଥିବା ବେଳେ ଏବଂ ଏହାର ଫଳାଫଳ ୨୩ନଭେମ୍ବରରେ ଆସିବ । ନଭେମ୍ବର ୧୩ ରେ ୟୁପିର ୯ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୨୦ ରେ ଉତ୍ତରାଖଣ୍ଡର କେଦାରନାଥରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଉପ-ନିର୍ବାଚନର ଫଳାଫଳ ମଧ୍ୟ ନଭେମ୍ବର ୨୩ ରେ ଆସିବ । ମାୟାବତୀ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ରାଜ୍ୟ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସ୍ୱାଗତଯୋଗ୍ୟ । ସମୟ ଯେତେ କମ୍ ରହିବ ନିର୍ବାଚନ ଅଧିକ ପରିଷ୍କାର ହେବ । ଅର୍ଥାତ୍ ଅର୍ଥ ଶକ୍ତି, ବାହୁବଳ ଶକ୍ତି ଇତ୍ୟାଦିର ଅଭିଶାପରୁ ଯେତେ ମୁକ୍ତ ହେବ ସେତେ ଭଲ । ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ନିର୍ବାଚନ ଆୟୋଗଙ୍କ ଉପରେ ନିର୍ଭର କରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking