18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିଏସପି ନେତାଙ୍କୁ ଗୁଳି କରି ହତ୍ୟା

ବିଏସପି ନେତାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ହରିଆଣା ରାଜ୍ୟ ସମ୍ପାଦକ ହରବିଳାସ ସିଂହ ରାଜ୍ଜୁମାଜ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହରବିଳାସ ନିଜ କାରରେ ଅନ୍ୟ ୨ ଜଣଙ୍କ ସହ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ସହ ପୁନୀତ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି।

ଅନ୍ୟପକ୍ଷେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆକ୍ରମଣକାରୀଙ୍କ ବିଷୟରେ କୌଣସି ସୂଚନା ମିଳି ନାହିଁ। ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଏସ୍‌ପି ପକ୍ଷରୁ ଦାବି କରାଯାଇଛି। ହରବିଳାସ ୨୦୨୪ରେ ନାରେନଗଡ଼ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ଜଣେ କୃଷକ ଥିଲେ। ପ୍ରକାଶ, ବିଏସ୍‌ପିର ନେତା ଓ କର୍ମୀମାନଙ୍କୁ ଏଠାରେ ବାରମ୍ବାର ଆକ୍ରମଣ କରାଯାଉଥିବା ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking