23.1 C
Bhubaneswar
Sunday, May 4, 2025
Homeଅପରାଧସୀମା ଟପିଲା ବର୍ବରତା: ୨ ନାବାଳକଙ୍କୁ ବିଦ୍ୟୁତଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ

ସୀମା ଟପିଲା ବର୍ବରତା: ୨ ନାବାଳକଙ୍କୁ ବିଦ୍ୟୁତଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ଥାନା କୋଠକୁସାଙ୍ଗରେ ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଦୁଇଜଣ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସବୁ ବର୍ବରତାର ସୀମା ଟପିଛି । ଦୁର୍ବୃତ୍ତମାନେ ଦୁଇଜଣଙ୍କୁ ଇଲେକ୍ଟ୍ରିଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ ଦେବା ସହିତ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି । କୋଠକୁସାଙ୍ଗ ଓ ପ୍ରଧାନସାହି ମଧ୍ୟରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଏପରି ଅମାନବୀୟ କାଣ୍ଡ ଘଟିଛି । ତେବେ ଏହି ଘଟଣାକୁ ନେଇ ବଳଙ୍ଗା ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହୋଇଛି ।

ସୁଚନା ମୁତାବକ ଶନିବାର ବିଳମ୍ବିତ ରାତିରେ କୋଠକୁସାଙ୍ଗ ଗ୍ରାମରେ ମେଲଣ ଜମାଣ ଚାଲିଥିଲା । ଏହି ସମୟରେ ବଳଙ୍ଗା ପ୍ରଧାନ ସାହି ଓ ବେହେରା ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ କୋଠକୁସାଙ୍ଗ ଗ୍ରାମର ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ । ବଳଙ୍ଗା ପୁଲିସ ପହଞ୍ଚିବା ପରେ ସେଠାରୁ ସମସ୍ତେ ପଳାଇ ଯାଇଥିଲେ ଏବଂ ବଳଙ୍ଗା ପୁଲିସ ଜଣକୁ ଉଠାଇ ଆଣିଥିଲା । ପରବର୍ତ୍ତୀ ସମୟରେ ବଳଙ୍ଗା ଅଞ୍ଚଳରୁ ଦୁଇଜଣ ନାବାଳକ ଜମାଣ ଦେଖିବା ପାଇଁ ଯାଇଥିବା ବେଳେ ବଳଙ୍ଗା ପ୍ରଧାନ ସାହିର ପିଲା ଭାବି କୋଠକୁସାଙ୍ଗ ବେହେରା ସାହିର ଲୋକମାନେ ସମ୍ପୃକ୍ତ ୨ ନାବାଳକଙ୍କୁ ଖୁଣ୍ଟିରେ ବାନ୍ଧି ନିର୍ଯାତନା ଦେଇଥିଲେ ।

ଏପରିକି ଗାଳିଗୁଲଜ ସହ ମାରପିଟ୍ କରିବା ସହ ଦୁହିଁଙ୍କୁ ସିଗାରେଟ୍ ଚେଙ୍କ ଦେବା ଓ ପରିସ୍ରା ପିଆଇଥିବା ଭଳି ଅଭିଯୋଗ ହୋଇଛି । ଏନେଇ ପୀଡ଼ିତ ଦୁଇ ନାବାଳକଙ୍କୁ ନେଇ ଗ୍ରାମବାସୀ ଥାନାକୁ ପହଞ୍ôଚ ଅଭିଯୋଗ କରିବା ପରେ ବଳଙ୍ଗା ଥାନାଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଦୁଇଜଣକୁ ଉଠାଇ ଆଣି ଥାନାରେ ଅଟକ ରଖିଛନ୍ତି । ଅପର ପକ୍ଷରେ କୋଠକୁସାଙ୍ଗ ବେହେରା ସାହିର ପଞ୍ଚେଇ ଦାଶ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଘରେ ପଶି ୬ଜଣ ଦୁର୍ବୃତ୍ତ ୩ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରିଥିବା ବେଳେ ଗ୍ରାମବାସୀ ସେମାନଙ୍କ ମଧ୍ୟରୁ ଦୁଇଜଣ ନାବାଳକଙ୍କୁ ଅଟକ ରଖିଥିଲେ । ପରେ ଦୁହିଁଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବୁଝାସୁଝା କରି ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking