14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପଡୋଶୀ ଦେଶରେ ହିନ୍ଦୁଙ୍କ ଉପରେ ବର୍ବରତା

ପଡୋଶୀ ଦେଶରେ ହିନ୍ଦୁଙ୍କ ଉପରେ ବର୍ବରତା

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବର୍ବରତା । ୨୦୨୪ରେ ହିନ୍ଦୁଙ୍କ ବିରୋଧରେ ୨,୨୦୦ ହିଂସା ମାମଲା ରୁଜୁ ହୋଇଛି । ବିଶେଷ କରି ଶେଖ୍ ହସିନାଙ୍କ ସରକାର ପତନ ପରେ ମାମଲା ସଂଖ୍ୟା ବଢ଼ି ଚାଲିଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଚଳିତ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ୧୧୨ ହିଂସା ମାମଲା ରୁଜୁ ହୋଇଛି । ରାଜ୍ୟସଭାରେ ତଥ୍ୟ ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ହିନ୍ଦୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ଏବଂ ପାକିସ୍ତାନ ସରକାରଙ୍କୁ ଚିଠି ଲେଖାଯାଇଛି । ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ସେଠାକାର ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା ରହିଛି । ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ୨୦୨୨ରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ୪୭ ମାମଲା ରହିଥିଲା । ୨୦୨୩ରେ ତାହା ୩୦୨ ଏବଂ ଶେଖ୍ ହସିନା ସରକାରଙ୍କ ପତନ ପରେ ୨୦୨୪ ଡିସେମ୍ବର ୮ ସୁଦ୍ଧା ୨,୨୦୦ ମାମଲା ରୁଜୁ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ଦୁଇ ଦିନ ମଧ୍ୟରେ ମାମେନସିଂହ ଏବଂ ଦିନାଜପୁର ଦିଲ୍ଲୀରେ ତିନୋଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ମନ୍ଦିରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏହା ସହିତ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking