କଟକ : ବିଧବା ମହିଳାଙ୍କ ତଣ୍ଟି କାଟି ନିର୍ମମ ହତ୍ୟା। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ କାର୍ତ୍ତିକ ସେଠୀ। ଯୁବକଙ୍କ ଘର ପାଞ୍ଚଗାଁ ବୋଲି ଜଣାଯାଇଛି। କାର୍ତ୍ତିକଙ୍କୁ ବୟସ ୧୦ ବର୍ଷ ହୋଇଥିବା ବେଳେ ସେ ବିଧବା ମହିଳାଙ୍କ ଘରେ ରହିଆସୁଥିଲେ। ତାଙ୍କ ଘରେ ବୋଲହାକ କରୁଥିଲେ। ମଝିରେ ମଝିରେ କାର୍ତ୍ତିକ ଓ ବିଧବା ମହିଳାଙ୍କର ଝଗଡ଼ା ହୋଇଥାଏ। ଗତକାଲି ରାତିରେ ବିଧବା ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା। ପରେ କାର୍ତ୍ତିକ ବିଧବା ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା। ପରେ ତିଗିରିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ କାର୍ତ୍ତିକଙ୍କୁ ଅଟକ ରଖିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମ୍ପତ୍ତି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।










