27.1 C
Bhubaneswar
Monday, March 30, 2026
Homeଅପରାଧଯୁବକଙ୍କ ଗୁପ୍ତାଙ୍ଗ କାଟି ନିର୍ମମ ହତ୍ୟା

ଯୁବକଙ୍କ ଗୁପ୍ତାଙ୍ଗ କାଟି ନିର୍ମମ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଯୋଡ଼ାବନ୍ଧ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କ ଗୁପ୍ତାଙ୍ଗ କାଟି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ । ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ। ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ। ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା। ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ। ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ କାଜୁ ତୋଟା ନିକଟରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking