16.1 C
Bhubaneswar
Saturday, December 6, 2025
Homeଅପରାଧଦିବ୍ୟାଙ୍ଗ ଯୁବକଙ୍କୁ ନିର୍ମମ ହତ୍ୟା

ଦିବ୍ୟାଙ୍ଗ ଯୁବକଙ୍କୁ ନିର୍ମମ ହତ୍ୟା

ପୁରୀ : ପୂର୍ବ ଶତ୍ରୁତା ନେଲା ରକ୍ତପାତ । ପୁରୀ ସହରରେ ଘଟିଛି ଅଭାବନୀୟ ଘଟଣା । ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଉପରେ କିଛି ଯୁବକ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅକାଳରେ ଚାଲିଗଲା ତାଙ୍କ ଜୀବନ । ମୃତକ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ହରିହର ସାହୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା, ଭୁଜାଲି ଧରି ହରିହରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଗୁରୁତର ଅବସ୍ଥାରେ ପ୍ରଥମେ ହରିହରଙ୍କୁ ପୁରୀ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ପୁରୀ ଟାଉନ ଥାନା ପୁଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking