20.1 C
Bhubaneswar
Monday, February 9, 2026
Homeଓଡିଶାପୁରୀରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ: ପୁରୀ ପୋଲିସକୁ ଏକ ବଡ଼ ସଫଳତା, ପ୍ରାୟ ୫୫ ଲକ୍ଷ ଟଙ୍କା ମୂଲ୍ୟର ୩୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, ପୁରୀ ପୋଲିସ ପୁରୀରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଟାଉନ ପୋଲିସ ଚାରି ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ପାଞ୍ଚ ଜଣଙ୍କୁ ଅଟକ ରଖିଛି। ଗଦାଧର ହାଇସ୍କୁଲ ଚାରି ଚକିଆ ଗାଡ଼ି ପାର୍କିଂ ସ୍ଥାନରୁ ଏହି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ପୁରୀ ପୋଲିସ ୩୮ ଗ୍ରାମ ବ୍ରାଉନସୁଗାର, ୭ ଲକ୍ଷ ୩୨ ହଜାର ଟଙ୍କା, ଗୋଟିଏ ବନ୍ଧୁକ, ଚାରିଟି ଜୀବନ୍ତ ଗୁଳି, ୯ଟି ମୋବାଇଲ ଫୋନ୍, ତିନୋଟି ବାଇକ୍ ଏବଂ ଗୋଟିଏ ଚାରି ଚକିଆ ଯାନ ଜବତ କରିଛି। ଉପରୋକ୍ତ ସୂଚନା ପୁରୀ ଏସପି ନିଶ୍ଚିତ କରିଛନ୍ତି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking