19.1 C
Bhubaneswar
Wednesday, February 11, 2026
Homeଓଡିଶା୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀ‌ ଭୁବନେଶ୍ବରରେ ନିଶା ବେପାରୀମାନେ କାୟା ବିସ୍ତାର କରିଛନ୍ତି। ମହାନଗରର ଗଳିକନ୍ଦିରେ ନିଶା ମାଫିଆମାନେ ଚଳପ୍ରଚଳ କରୁଛନ୍ତି। ତେବେ ଏମାନଙ୍କର ଉପରେ ମଧ୍ୟ କମିସନରେଟ ପୁଲିସ ଜନର ରଖିଛି। କମିସନରେଟ ପୁଲିସ ୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ। ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ ୫୧୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଆଣିଥିଲେ। ସେମାନେ ଏହାକୁ କୌଣସି ସ୍ଥାନକୁ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୂର୍ବରୁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଟିମ୍‌ ଅତର୍କିତ ଭାବେ ମାଡ଼ି ବସିଥିଲା। ସେମାନଙ୍କର ଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking