18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶହାଇଦ୍ରାବାଦ ବିମାନବନ୍ଦରରୁ ୩.୪୫ କୋଟି ଟଙ୍କାର ଧଳାଜହର ଜବତ

ହାଇଦ୍ରାବାଦ ବିମାନବନ୍ଦରରୁ ୩.୪୫ କୋଟି ଟଙ୍କାର ଧଳାଜହର ଜବତ

ନୂଆଦିଲ୍ଲୀ: ବୁଧବାର ଦିନ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଧଳାଜହର ଚୋରା ଚାଲାଣ ଉଦ୍ୟମର ପର୍ଦ୍ଦାଫାସ ହୋଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି । ଧଳାଜହର ମୂଲ୍ୟ ୩.୪୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ତିନି ଜଣ ବ୍ୟକ୍ତି, ଜଣେ ବିମାନ ଯାତ୍ରୀ ଏବଂ ଦୁଇଜଣ ବିମାନବନ୍ଦର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଗିରଫ କରାଯାଇଛି।

ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍ ଏକ ଚୋରା ଚାଲାଣ ପ୍ରୟାସ ବିଷୟରେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ପାଇବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ସୂଚନା ଆଧାରରେ, ଅଧିକାରୀମାନେ ଦୁବାଇରୁ ମସ୍କଟ ଦେଇ ବିମାନରେ ଆସିଥିବା ଜଣେ ଭାରତୀୟ ଯାତ୍ରୀଙ୍କୁ ଅଟକାଇଥିଲେ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିରେ କିଏ କିଏ ସାମିଲ ରହିଛନ୍ତି ତାକୁ ନେଇ ଡିଆରଆଇ ଏକ ଗଭୀର ତଦନ୍ତ ଆରମ୍ଭ କରିଛି । ମାର୍ଚ୍ଚ ଆରମ୍ଭରେ କନ୍ନଡ ଅଭିନେତା ରଣ୍ୟା ରାଓଙ୍କୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ 12 କୋଟି ଟଙ୍କାର ବ୍ରାଉନ ସୁଗାର ଚୋରାଚାଲା ରେ ଧାରା ପଡ଼ିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking