17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭାଇର ଗଳାକାଟି ହତ୍ୟା କଲା ଭାଇ

ଭାଇର ଗଳାକାଟି ହତ୍ୟା କଲା ଭାଇ

କଟକ: ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟା ମାମଲା । ସମ୍ପତ୍ତି ବିକ୍ରିକୁ ନେଇ ଗଳାକାଟି ହତ୍ୟା କରିଥିଲା ଭାଇ । ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଅଭିଯୁକ୍ତ । ୩ ଜଣଙ୍କୁ ଗିରଫ କରିଛି କଟକ ପୋଲିସ । ମାତ୍ର ୨୪ ଘଣ୍ଟା ମଧ୍ୟରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗତକାଲି ରାତିରେ କଟକ ଶଙ୍କରପୁର ଅଞ୍ଚଳର ଅଶୋକ ବାରିକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । କେହି ଦୁର୍ବୃତ୍ତ ଅତି ନିର୍ମମ ଭାବରେ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା ।

ଏହାପରେ କଟକ ପୋଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଏବଂ ସିସିଟିଭି ଫୁଟେଜ ଆଧାରରେ ମାତ୍ର ୨୪ ଘଣ୍ଟାରେ ଅଭିଯୁକ୍ତକୁ ଧରିଛି । ଏହା ପୋଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି । ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମାର୍କେଟ କମ୍ପ୍ଲେକ୍ସରେ ଶୋଇଥିବାବେଳେ ଅଶୋକ ବାରିକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି । କିନ୍ତୁ ଏହି ଖବର ଗତକାଲି ପୋଲିସ ପାଖକୁ ଆସିବା ପରେ ସେ ଛାନଭିନ୍ ଆରମ୍ଭ କରିଥିଲା । ତେବେ କିଏ ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଏବଂ ସିସିଟିଭି ଫୁଟେଜ ଆଧାରରେ ମାତ୍ର ୨୪ ଘଣ୍ଟାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking