26.1 C
Bhubaneswar
Thursday, January 15, 2026
Homeଓଡିଶା ନିଶାଶକ୍ତ  ଅବସ୍ଥାରେ  ଭାଇକୁ ଛୁରି ଭୁସିଲା ଭାଇ

 ନିଶାଶକ୍ତ  ଅବସ୍ଥାରେ  ଭାଇକୁ ଛୁରି ଭୁସିଲା ଭାଇ

 କଟକ: ନିଶାଶକ୍ତ  ଅବସ୍ଥାରେ  ଭାଇକୁ ଛୁରି ଭୁସିଲା ଭାଇ । କଟକ ଦିୱାନ ବଜାର ଅଞ୍ଚଳରେ  ନିଶାଶକ୍ତ ଅବସ୍ଥାରେ    ଭାଇକୁ ଛୁରାମାଡ କରି  ଗିରଫ ହୋଇଛି  ଅଭିଯୁକ୍ତ ଭାଇ ।  କଟକ ଲାଲବାଗ ଥାନା ଦିୱାନ ବଜାର ଅଞ୍ଚଳର ଦୁଇ  ଭାଇ  ମହମ୍ମଦ ରୋହିତ ଓ ମହମ୍ମଦ ତହିତ ।  ମଙ୍ଗଳବାର ରାତିରେ   ରୋହିତ ନିଶାଶକ୍ତ ଅବସ୍ଥାରେ   ଘରକୁ ଫେରିବା  ପରେ  ଘରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ  ହୋଇଥିଲା । ଏହାପରେ ରୋହିତ ଏକ ଧାରୁଆ ଛୁରିରେ   ଭାଇ ତହିରଙ୍କ ପେଟକୁ  ଭୁସି ଦେଇଥିଲେ । ତହିତ ରକ୍ତ  ଜୁଡୁବୁଡୁ  ଅବସ୍ଥାରେ  ତଳେ ପଡିଯିବାରୁ ଗୁରୁତର ଅବସ୍ଥାରେ ସିଟି ହସ୍ପିଟାଲରେ   ଭର୍ତ୍ତି କରାଯାଇଥିଲା ।  ବୁଧବାର ଏସଂକ୍ରାନ୍ତରେ  ଲାଲବାଗ ଥାନା ରେ ଅଭିଯୋଗ  ପରେ  ପୁଲିସ ଏକ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛି ।  ଅଭିଯୁକ୍ତ ରୋହିତଙ୍କୁ   କୋର୍ଟ ଚାଲାଣ କରାଯାଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking