31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଭାଉଜକୁ କାମୁଡ଼ି ଦେଲା ଦିଅର

ଭାଉଜକୁ କାମୁଡ଼ି ଦେଲା ଦିଅର

ଉତ୍ତରପ୍ରଦେଶ: ମଣିଷଙ୍କର ମାନସିକ ଚିନ୍ତାଧାରା ଧୀରେ ଧୀରେ ବିକୃତ ହେବାରେ ଲାଗିଛି। ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ଘଟଣା ପ୍ରାୟତଃ ଆମେ ଏବେ ଶୁଣୁଛେ। ଉତ୍ତରପ୍ରଦେଶରେ ମଧ୍ୟ ସେହିପରି ଏକ ଘଟଣା ଘଟିଛି ଯେଉଁଥିରେ ଦିଅର ଭାଉଜଙ୍କ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଛନ୍ତି। ଫଳରେ ଘଟଣାଟି ଏତେ ମାତ୍ରାରେ ବଢିଛି ଯେ, ପୋଲିସ ଯାଏଁ ମଧ୍ୟ କଥା ଯାଇଛି। ୟୁପିର ବରେଲୀରେ ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ପ୍ରତିବାଦ କରିବାରୁ ବ୍ୟକ୍ତି ଜଣଙ୍କ ତାଙ୍କୁ ଦାନ୍ତରେ କାମୁଡ଼ିଦେଲେ। ଏହି କାର୍ଯ୍ୟ ବିଷୟରେ ଭାଉଜ ଯେତେବେଳେ ଆସି ପରିବାରର ସମସ୍ତ ସଦସ୍ୟଙ୍କୁ କହିଲେ, ଦିଅର ରାଗିଯାଇ ବନ୍ଧୁକ ଦେଖାଇ ଧମକ ଦେଲେ।

ସୂଚନା ଅନୁସାରେ, ଗାଁରେ ରହୁଥିବା ଜଣେ ଲୋକ ତାଙ୍କ ସ୍ତ୍ରୀଙ୍କ ସହିତ କ୍ଷେତକୁ ଯାଇଥିଲେ କାମ କରିବାକୁ। କିଛି ସମୟ ପରେ ସେ ବ୍ୟକ୍ତି ଜଣଙ୍କ କୌଣସି କାମ ପାଇଁ ଅନ୍ୟଜଣେ ବନ୍ଧୁଙ୍କ କ୍ଷେତକୁ ଚାଲିଯାଇଥିଲେ। ତା ପରେ ତାଙ୍କ ସ୍ତ୍ରୀ ଏକା ନିଜ ଚାଷ ଜମିରେ ଜଳସେଚନ କାର୍ଯ୍ୟରେ ବ୍ୟସ୍ତ ହୋଇଗଲେ। ସୁଯୋଗର ଫାଇଦା ଉଠାଇ ତାଙ୍କର ଜଣେ ସମ୍ପର୍କୀୟ ଦିଅର ଦିନେଶ କୁମାର ଏବଂ ତାଙ୍କ ସାଙ୍ଗ ସେହି କ୍ଷେତରେ ପହଞ୍ଚି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ଦିଅର ତାଙ୍କୁ ଦାନ୍ତରେ କାମୁଡ଼ିଦେଇଥିଲେ। ଫଳରେ ମହିଳା ଜଣଙ୍କ ଆସି ପରିବାର ସମ୍ମୁଖରେ ଦିଅରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଯେତେବେଳେ ଏହି ଖବର ଦିଅରଙ୍କ ପାଖରେ ପହଁଚିଲା ସେ ରାଗିଯାଇ ଭାଉଜଙ୍କୁ ବନ୍ଧୁକ ଦେଖେଇ ଧମକ ଦେଇଥିଲେ। ଏହାପରେ ମହିଳା ଜଣକ ପୋଲିସରେ ଯାଇ ଅଭିଯୋଗ କରିଥିଲେ। ପୋଲିସଙ୍କ କହିବା ଅନୁସାରେ, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳାଙ୍କ ବୟାନ ରେକର୍ଡ କରାଯାଇଛି। ମାମଲାରେ ମହିଳା ଜଣକ ଦୁଷ୍କର୍ମ, ଦାନ୍ତରେ ଆକ୍ରମଣ ଏବଂ ଧମକ ବିଷୟରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking