14.1 C
Bhubaneswar
Sunday, December 7, 2025
Homeଓଡିଶାଭଉଣୀର ନିର୍ବନ୍ଧ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ

ଭଉଣୀର ନିର୍ବନ୍ଧ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ

ନୂଆଦିଲ୍ଲୀ: ଭଉଣୀର ନିର୍ବନ୍ଧ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ।   ଭଉଣୀର ନିର୍ବନ୍ଧ ପାଇଁ ଜଣେ ସମ୍ପର୍କୀୟଙ୍କୁ ଛାଡିବା ପାଇଁ ୨ ଜଣ ଯୁବକ ରେଳ ଷ୍ଟେସନ ଯାଇଥିଲେ ।   ଷ୍ଟେସନରୁ ଫେରିବା ବାଟରେ ଉଭୟ ଦୁର୍ଘଟଣାର ଶିକାର ହୋଇଥିଲେ ।  ବାବୁଗଞ୍ଜ ଜାତୀୟ ରାଜପଥରେ  ଠିଆ ହୋଇଥିବା ଏକ ଡମ୍ପର ସହିତ  ବାଇକ ଆରୋହୀଙ୍କ ପଛ ପଟକୁ ଧକ୍କା  ହୋଇଥିଲା ।  ଘଟଣାସ୍ଥଳରେ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।  ଏନେଇ ସ୍ଥାନୀୟ  ଲୋକେ ପୋଲିସକୁ ଖବର ଦେଇଥିଲେ ।   ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ  ରାୟବରେଲିର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।   ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ,  ମୃତକଙ୍କ ଭଉଣୀଙ୍କ ନିର୍ବନ୍ଧ ରବିବାର ଦିନ ଥିଲ।। ଖୁସିରେ ପରିବାର ଲୋକଙ୍କ ମନରେ ଲହରୀ ଖେଳିଥିଲା । ଏହି ଦୁଃଖଦ ଖବର ଆମ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking