16.1 C
Bhubaneswar
Sunday, December 21, 2025
Homeଓଡିଶାପାଣିରେ ବୁଡ଼ିଗଲେ ଭାଇଭଉଣୀ

ପାଣିରେ ବୁଡ଼ିଗଲେ ଭାଇଭଉଣୀ

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁରରେ ଏକ ଦୁଃଖଦ ଖବର ନଜରକୁ ଆସିଛି। ଖେଳୁଥିବା ସମୟରେ ପୋଖରୀରେ ବୁଡ଼ିଯାଇ ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ ଯାଇଛି। ରାମକୃଷ୍ଣପୁର ଗ୍ରାମର ଦିଲ୍ଲୀପ ସାହୁଙ୍କ ଦୁଇବର୍ଷର ଶିଶୁପୁତ୍ର କାମେଶ୍ୱର ସାହୁ ଏବଂ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଓସ୍ତପୁର ବାସିନ୍ଦା ବଳରାମ ସାହୁଙ୍କୁ ୪ ବର୍ଷର ଶିଶୁକନ୍ୟା ଭାଗ୍ୟଲକ୍ଷ୍ମୀ ସାହୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଉଭୟ ଶିଶୁ ଖେଳିବାକୁ ଯାଇ ଦୁର୍ଭାଗ୍ୟବଶତଃ ଏକ ପୋଖରୀରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ବଳରାମଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ରାମକୃଷ୍ଣପୁରସ୍ଥିତ ତାଙ୍କ ମଉସା ଘରକୁ ଆସିଥିବାବେଳେ ଏଭଳି ଅଘଟଣ ଘଟିଛି। ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଉଭୟ ଶିଶୁଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉଭୟ ଶିଶୁଙ୍କୁ ମୃତ ଘୋଷଣା କରାଯାଇଥିଲା। ଏଭଳି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶିଶୁଙ୍କ ଅକାଳ ବିୟୋଗରେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ରାଉତ, ମନୋରଞ୍ଜନ ସ୍ୱାଇଁ, ୨୪ ନଂ. ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସରପଞ୍ଚ ଭାରତୀ ସ୍ୱାଇଁ ପ୍ରମୁଖଙ୍କ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking