ନବରଙ୍ଗପୁର: ବିଷାକ୍ତ ସାପ କାମୁଡାରେ ଭାଇ , ଭଉଣୀ ମୃତ । ଉମରକୋଟ ବ୍ଲକ ରାଜପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତ ଭଉଣୀର ବୟସ ୧୧ ବର୍ଷ , ଭାଇର ବୟସ ୯ ମାସ । ଉଭୟେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଉମରକୋଟ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










