31.1 C
Bhubaneswar
Tuesday, March 10, 2026
Homeଓଡିଶାଯୁଦ୍ଧ ଭୂମିରୁ ଓଡିଆଙ୍କୁ ଫେରାଇ ଆଣ: ନବୀନ

ଯୁଦ୍ଧ ଭୂମିରୁ ଓଡିଆଙ୍କୁ ଫେରାଇ ଆଣ: ନବୀନ

ଭୁବନେଶ୍ୱର:  ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଯୁଦ୍ଧ । ଫସି ରହିଛନ୍ତି ଓଡିଆ । ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଆଣିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ଟ୍ୱିଟ କରି କହିଛନ୍ତି, ମଧ୍ୟପ୍ରାଚ୍ୟର ଭୟଙ୍କର ଯୁଦ୍ଧ ମଧ୍ୟରେ ଫସି ରହିଥିବା ଯୁଦ୍ଧ ଭୂମିରୁ ଓଡିଆଙ୍କୁ ଫେରାଇ ଆଣ । ଲକ୍ଷ ଲକ୍ଷ ଓଡିଆଙ୍କ ଭୟ ଓ ଭାବାବେଗକୁ ମୁଁ ଅନୁଭବ କରିପାରୁଛି । ଶ୍ରମିକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ପେଷାଦାର, ପର୍ଯ୍ୟଟକ ତଥା ଭ୍ରମଣକାରୀମାନେ ଅତ୍ୟନ୍ତ ଭୟଭୀତ ଅଛନ୍ତି । ଏପଟେ ଓଡିଶାରେ ଥିବା ସେମାନଙ୍କ ପରିବାର, ପ୍ରିୟଜନ ସେମାନଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । ଆକାଶ ପଥ ବନ୍ଦ , ବିମାନ ବାତିଲ ହେଉଛି , ବର୍ଡର ମଧ୍ୟ ବନ୍ଦ । ଏପରି ଅସମୟରେ ସମସ୍ତ ଓଡିଆଙ୍କୁ ସୁରକ୍ଷିତ ଫେରାଇ ଆଣିବା ଓଡିଶା ସରକାରଙ୍କ କର୍ତ୍ତବ୍ୟ । ହେଲେ ସରକାର ସେମିତି କୌଣସି ତତ୍ପରତା ନଦେଖାଇବା ତ୍ୱରିତ ପଦକ୍ଷେପ ନ ନେବା, ସେମାନଙ୍କ ଦୁର୍ଦ୍ଦଶାକୁ ଆହୁରି କଠିନ କରି ଦେଉଛି । ସରକାର କଣ ପାଇଁ ଚୁପ ବସିଛନ୍ତି ।

ଆହୁରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କୁଆଡେ ଗଲା ଓଡିଆ ଅସ୍ମିତାର ସେ ଫମ୍ପା ଭାଷଣ । ଯଦି ଏପରି କଠିନ ସମୟରେ ଓଡଶାବାସୀଙ୍କ ସାଥିରେ ଦୃଢ ଭାବେ ଠିଆ ହୋଇ ନପାରିବ । ଶୋଷରେ କହିଛନ୍ତି ଓଡିଶା ସରକାର ବଡ ବଡ କଥ।। ନ କହି ତୁରନ୍ତ ସମସ୍ତ ଓଡିଆଙ୍କୁ ଯୁଦ୍ଧ ଅଞ୍ଚଳରୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ । ତ୍ୱରିତ ଓ ସମୟୋଚିତ ପଦକ୍ଷେପ ପ୍ରତିଟି ଓଡିାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ, ଅନେକ ଜୀବନ ସୁରକ୍ଷିତ କରିବ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking