33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଭିନେଶଙ୍କ ବିରୋଧରେ ପ୍ରଚାର କରିବେ ବ୍ରିଜଭୂଷଣ

ଭିନେଶଙ୍କ ବିରୋଧରେ ପ୍ରଚାର କରିବେ ବ୍ରିଜଭୂଷଣ

ଚଣ୍ଡିଗଡ: ଦିନକ ପୂର୍ବେ ଅନ୍ତର୍ଜାତୀୟ ରେସଲର ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଥିବା ବେଳେ ଉଭୟଙ୍କୁ ଆଗାମୀ ହରିଆଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକଟ ମଧ୍ୟ ଦେଇଛି। ଏହାକୁ ନେଇ ପ୍ରଦେଶ କଂଗ୍ରେସରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦଳର ପୁରୁଣା କର୍ମୀ ଓ ନେତାଙ୍କୁ ବାଦ୍ ଦେଇ ଭିନେଶ ଏବଂ ବଜରଙ୍ଗଙ୍କୁ ଟିକଟ ଦିଆଯିବାକୁ ନେଇ କଂଗ୍ରେସର କେତେକ ନେତା ତଥା କର୍ମୀ ଅସହ୍ୟ ହୋଇପଡିଛନ୍ତି। ଏସବୁ ମଧ୍ୟରେ ପୂର୍ବତନ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ଏବଂ ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସେ ଭିନେଶଙ୍କ ବିରୋଧରେ ପ୍ରଚାର କରିବେ। ଭିନେଶ ଜାଲିଆତି କରିଥିଲେ ସେହି କାରଣରୁ ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି ଏବଂ ସେ ଅଲିମ୍ପିକ୍ସରେ ପରାଜିତ ହେଲେ ବୋଲି ମଧ୍ୟ ବ୍ରିଜ୍‌ଭୂଷଣ କହିଛନ୍ତି। ସେହିପରି ବଜରଙ୍ଗ୍‌ଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ବିନା ଟ୍ରାଏଲ୍ସରେ ଏସିଆନ୍ ଗେମ୍ସକୁ ଯାଇଥିଲେ। ଭିନେଶ ଏବଂ ବଜରଙ୍ଗ ଏବେ କଂଗ୍ରେସ ପାର୍ଟିର ମୋହରା ସାଜିଛନ୍ତି ବୋଲି ବ୍ରିଜଭୂଷଣ କହିଛନ୍ତି। ଅନ୍ୟପକ୍ଷେ ତାଙ୍କ ବିରୋଧରେ ଆସିଥିବା ମହିଳା କୁସ୍ତିବିତ୍‌ଙ୍କ ପ୍ରତି ଯୌନ ବ୍ୟଭିଚାର ଅଭିଯୋଗକୁ ମଧ୍ୟ ସେ ଭିତ୍ତିହୀନ ବୋଲି କହିଛନ୍ତି। ଅନ୍ୟପକ୍ଷେ ବ୍ରିଜଭୂଷଣଙ୍କ ଏପ୍ରକାର ବିବୃତି ପରେ ବଜରଙ୍ଗ ପୁନିଆ କହିଛନ୍ତି, ଯଦି ସାହସ ଅଛି ତେବେ ତାଙ୍କର (ବ୍ରିଜଭୂଷଣଙ୍କର) ସାହସ ଅଛି ତେବେ ସେ ଏଠାକୁ ଆସନ୍ତୁ ଏବଂ ଭିନେଶଙ୍କ ବିରୋଧରେ ପ୍ରଚାର କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking