28.1 C
Bhubaneswar
Monday, February 23, 2026
Homeଓଡିଶାସେତୁ ବନ୍ଧ ଯୋଜନା: ୨୪୩ ଟି ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ 

ସେତୁ ବନ୍ଧ ଯୋଜନା: ୨୪୩ ଟି ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ 

ଭୁବନେଶ୍ୱର: ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେତୁ ନିର୍ମାଣ ଉପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଗ୍ରାମ୍ୟ  ଉନ୍ନୟନ ବିଭାଗ  ଅଧିନରେ  ବିଗତ ୩ ବର୍ଷ ଠାରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୬୧ ଗୋଟି ସୁ ଉଚ୍ଚ ସେତୁ  କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ସେଥିରୁ ୧୫ଟି  ସେତୁର ନିର୍ମାଣ କାର୍ଯ୍ୟ  ସମ୍ପୁର୍ଣ୍ଣ  ହୋଇଛି । ୪୪ଟି ସେତୁ ନିର୍ମାଣ ଚାଲିଛି। ଏହା ଛଡା ସେତୁ ବନ୍ଧ ଯୋଜନାରେ ଆଦ୍ୟାବଧି ମୋଟ ୧୫୬୪ ଟି ସୁ- ଉଚ୍ଚ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇ ୨୪୩ଟି ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ରହିଛି। ଅବଶିଷ୍ଟ ୬୩୫ଟି ସୁ ଉଚ୍ଚ ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଦ୍ୟାବଧି ଚାଲୁ ରହିଛି ଏବଂ ୬୮୬ ଟି ସେତୁ ପ୍ରକଳ୍ପ ପ୍ରାକ ନିର୍ମାଣ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking