କଟକ: କଟକ ଖାନ ନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ । ସ୍ଲାବ ଖସି ଚାପି ହୋଇଗଲେ ୫ ଶ୍ରମିକ । ଏହି ଅଘଟଣରେ ୫ ଶ୍ରମିକ ଗୁରୁତର ଅଛନ୍ତି । ବ୍ରିଜ କାମ ଚାଲୁଥିବା ବେଳେ ଅଘଟଣ ଘଟିଥିଲା । କାଠଯୋଡି ନଦୀରେ ଚାଲିଥିଲା ବ୍ରିଜ କାମ । ସମସ୍ତଙ୍କୁ ତୁରନ୍ତ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୩ ଜଣ ଜୀବନ ସହ ସଂଘର୍ଷ କରୁଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅଧିକ ତଥ୍ୟ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।