ନୂଆଦିଲ୍ଲୀ: ରିୟାଣାର ହିସାରରେ ଏକ ବଡ଼ ଦୁର୍ଘଟଣା ଗଟିଛି । ହଠାତ୍ ସେଠାରେ ଥିବା ଏକ ଇଟାଭାଟିର କାନ୍ଥ ହଠାତ୍ ଭୁଶୁଡି ପଡିଥିଲା। ରବିବାର ବିଳମ୍ବିତ ରାତିରେ ବହୁ ଶ୍ରମିକ କାମ କରୁଥିଲେ । ସେମାନଙ୍କର ପିଲାମାନେ ଏହି କାନ୍ଥ ତଳେ ଶୋଇଥିଲେ। ଶୋଇଥିବା ପିଲାମାନଙ୍କ ଉପରେ କାନ୍ଥଟି ଖସିପଡିଥିଲା । ଏହି ଦୁର୍ଘଟଣାରେ ୪ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଶିଶୁ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଏଥିସହିତ ଅନେକଙ୍କୁ ନିରାପଦରେ ବାହାରକୁ ନିଆଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଇଟାଭାଟିରେ ଥିବା ଇଟା ଚୁଲିରେ ଏକ କାନ୍ଥ ଥିଲା । ଯାହା ହଠାତ୍ ଭୁଶୁଡି ପଡିଥିଲା। କାନ୍ଥ ନିକଟରେ ୨୦ ଜଣ ଶ୍ରମିକ ଏବଂ ଅନେକ ପିଲା ଉପସ୍ଥିତ ଥିଲେ । ସମସ୍ତଙ୍କୁ ସେହି ଇଟା ତଳେ ପୋତି ହୋଇଥିବାର ଖବର ରହିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଚାରି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଏକ ତିନି ମାସର ଶିଶୁ ମଧ୍ୟ ସାମିଲ ଅଛି।










