34.1 C
Bhubaneswar
Tuesday, March 24, 2026
Homeଓଡିଶାସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ : ଉପମୁଖ୍ୟମନ୍ତ୍ରୀ

ସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ ମାଆ ଓ ଶିଶୁର ସ୍ଵାସ୍ଥ୍ୟ ଭଲ ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ତନ୍ୟପାନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ କର୍କଟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡାଇ ଯାଇପାରିବ। ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଓଡ଼ିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ଵାନ ଦେଇଥିଲେ।
ଆଭାଷୀ ମାଧ୍ୟମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟାଳୟରେ ଏକ ଶିଶୁ ସ୍ତନ୍ୟପାନ କକ୍ଷ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ସରକାରୀ ଓ ଅଣସରକାରୀ ସର୍ବସାଧରଣ ସ୍ଥାନମାନଙ୍କରେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି ହେଲା ଶିଶୁର ଦ୍ଵିତୀୟ ମା’ ଘର। ଅଙ୍ଗନବାଡିକୁ ଆହୁରି ଉନ୍ନତ କରିବା ପାଇଁ ଅଗଷ୍ଟ ୧ – ୧୫ରୁ “ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନରେ ଅଙ୍ଗନବାଡିକୁ ପରିଦର୍ଶନ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର, ୟୁନିସେଫର ପୋଷଣ ବିଶେଷଜ୍ଞ ଶ୍ରୀ ସୌରଭ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର ଆଧୁନିକ ମା’ମାନେ ସ୍ତନ୍ୟପାନ କରେଇବା ପାଇଁ ନିରୂତ୍ସାହିତ ହେବାର କାରଣ ଗୁଡିକୁ ଉଲ୍ଲେଖ କରିଥିଲେ। ସ୍ତନ୍ୟପାନ କେବଳ ମା’ ମାନଙ୍କର ଦାୟିତ୍ଵ ନୁହେଁ, ଏହା ପରିବାର ସମାଜ, ସରକାର ସମସ୍ତଙ୍କ ସାମୂହିକ ଦାୟିତ୍ଵ। ମା’ମାନଙ୍କ ପାଇଁ ଉପଯୁକ୍ତ ବିଶ୍ରାମ, ପୁଷ୍ଟିକର ଖାଦ୍ୟ ଓ ଏକ ମାନସିକ ଚାପମୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗର୍ଭବତୀ, ପ୍ରସୂତି ମା’ମାନଙ୍କ ପାଇଁ ତଥା ଶିଶୁମାନଙ୍କ ପାଇଁ ଉପଲବ୍ଧ ଥିବା ରାଜ୍ୟସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିରିକ୍ତ ସଚିବ ସ୍ଵୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ “ଲୋକ କଲ୍ୟାଣ” – ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ ହୋଇଯାଇଛି । ଏହି ୱେବ୍ ଲିଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ (WCD) ଅଧୀନରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ (SSWB) ଦ୍ଵାରା ପରିଚାଳିତ ହେବ। ଏହି ପଞ୍ଜିକରଣ ମାଧ୍ୟମରେ ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ(OSSWB) ଏକ ସକ୍ରିୟ ଏନଜିଓ ଡାଟାବେଶ ଗଠନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking