23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବଡ଼ଖବର: ସେନା ଗାଡ଼ି ଦୁର୍ଘଟଣା, ୫ ଯବାନଙ୍କ ମୃତ୍ୟୁ

ବଡ଼ଖବର: ସେନା ଗାଡ଼ି ଦୁର୍ଘଟଣା, ୫ ଯବାନଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଞ୍ଚରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିଥିଲା। ଏଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ଓ ୧୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନ୍ ଅନ୍ତର୍ଗତ ମନକୋଟ ସେକ୍ଟରର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେନା ଯବାନମାନେ ଗାଡ଼ିରେ ନିଜ ପୋଷ୍ଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିରେ ମୋଟ ୧୮ ଜଣ ଯବାନ ଥିଲେ। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking