32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବ୍ରାଜିଲ : ଘର୍ଣ୍ଣିଝଡ ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବାସହରା, ୭ ମୃତ

ବ୍ରାଜିଲ : ଘର୍ଣ୍ଣିଝଡ ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବାସହରା, ୭ ମୃତ

ବ୍ରାଜିଲ : ବ୍ରାଜିଲର ସାଓ ପାଓଲେରେ ଭୟଙ୍କର ଘର୍ଣ୍ଣିଝଡରେ ସବୁକିଛି ଛାରଖାର । ଘର୍ଣ୍ଣିଝଡରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ପାଖାପାଖି ୧୪ ଲକ୍ଷରୁ ଅଧିକ ଘରେ ବିଜୁଳି ଗାଏବ ହୋଇଛି । ସେହିପରି ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । ସାଓ ପାଓଲେର ଅଧିକାରୀଙ୍କ କହିବା ମୁତାବକ, ପ୍ରତି ଘଣ୍ଟାକୁ ୧୦୮ ସ୍ପିଡରେ ପବନ ବୋହିବାରୁ ବିଦ୍ୟୁତ ସରବରାହ ଠପ୍‌ ହୋଇପଡିଥିଲା ।ଘର୍ଣ୍ଣିଝଡ ପ୍ରଭାବରେ ବଡ ବଡ ଗଛ ସବୁ ଉପୁଡି ପଡିଥିଲା । ଅନେକ ସ୍ଥାନରେ ଘରର ଛାତ ମଧ୍ୟ ଉଡିଯାଇଥିଲା । କାର ଏବଂ ଅନ୍ୟ ଗାଡି ସବୁ ପାଣିରେ ଭାସିଥିଲା । ଘର୍ଣ୍ଣିଝଡ ପ୍ରଭାବରେ ଏୟାରପୋର୍ଟ ମଧ୍ୟ ବନ୍ଦ କରାଯାଇଥିଲା । ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ସ୍ଥାନରେ ପାନୀୟ ଜଳ ସେବା ପ୍ରଭାବିତ ହୋଇଥିଲା ।

ଏହାର ପ୍ରଭାବରେ ବିଦ୍ୟୁତ ସରବରାହ ଠପ୍‌ ହୋଇଥିଲା । ଏହି କାରଣରୁ ଅତିକମରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ଘର୍ଣ୍ଣିଝଡ ଶେଷ ହେବାର କିଛି ଘଣ୍ଟା ପରେ ବିଦ୍ୟୁତ ସରବରାହ ଠିକ୍‌ ହୋଇଥିଲା ।ସୂଚନାଯୋଗ୍ୟ, ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ମିଲ୍‌ଟନ’ ଭୟଙ୍କର ତାଣ୍ଡବ ରଚିଥିଲା । ଫ୍ଲୋରିଡାରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ଏଠାରେ ପାଖାପାଖି ୨୦ ଲକ୍ଷ ଲୋକ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪,୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ମିଲ୍‌ଟନ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ମିଲ୍‌ଟନର ପ୍ରକୋପ ଏତେ ଥିଲା ଯେ ,ଫ୍ଲୋରିଡାରେ ଅନେକ ବଡ଼ ବଡ଼ ଘର ତାସ୍‌ ଘର ପରି ଭାଙ୍ଗିଯାଇଥିଲା । ବାତ୍ୟା ପରେ କ୍ଷୟକ୍ଷତିର ଅନେକ ଚିତ୍ର ଏବେ ସାମ୍ନାକୁ ଆସିଛି। ପ୍ରଳୟଙ୍କରୀ ବାତ୍ୟାରେ କେଉଁଠି ଘରର ଛାତ ଉଡ଼ିଯାଇଛି ତ କେଉଁଠି ଘର ଭିତରେ ଜିନିଷପତ୍ରଗୁଡ଼ିକ ଛିନ୍‌ ଛତର ହୋଇ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking