28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶବ୍ରାଜିଲ୍ ମୁଖ୍ୟ କୋଚ୍ ଡୋରିଭାଲ୍ ଜୁନିୟର୍ ବରଖାସ୍ତ

ବ୍ରାଜିଲ୍ ମୁଖ୍ୟ କୋଚ୍ ଡୋରିଭାଲ୍ ଜୁନିୟର୍ ବରଖାସ୍ତ

ସାଓ ପାଉଲେ: ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଖରାପ ଫଳାଫଳ କାରଣରୁ ୧୪ ମାସ ମଧ୍ୟରେ ବ୍ରାଜିଲ୍ କୋଚ୍ ଡୋରିଭାଲ୍ ଜୁନିୟର୍‌ଙ୍କୁ ପଦରୁ ବହିଷ୍କାର କରାଯାଇଛି। ବୁଏନ୍ସ ଆୟର୍ସରେ ଆର୍ଜେଣ୍ଟିନା ୪-୧ରେ ବ୍ରାଜିଲ୍‌ଙ୍କୁ ହରାଇଥିଲା। ଏହା ବିଶ୍ୱକପ୍ କ୍ୱାଲିଫାୟର୍‌ରେ ବ୍ରାଜିଲ୍‌ର ସବୁଠୁ ଲଜ୍ଜାଜନକ ପରାଜୟ। ଏହାର ତିନିଦିନ ପରେ ହିଁ ଜୁନିୟର୍‌ଙ୍କୁ ହଟାଇବା ପାଇଁ ବ୍ରାଜିଲ୍ ଫୁଟ୍‌ବଲ୍ କନ୍‌ଫେଡେରେସନ୍ (ସିବିଏଫ୍‌) ଅଧ୍ୟକ୍ଷ ଏଡ୍‌ନାଲ୍ଡୋ ରୋଡ୍ରିଗେସ୍ ନିଷ୍ପତ୍ତି ନେଇଛନ୍ତି। ସେ ମିଡିଆରେ ଏହି ସୂଚନା ଦେଇ ବିକଳ୍ପ ସନ୍ଧାନରେ ଥିବା କହିଛନ୍ତି। ବ୍ରାଜିଲ୍ ବିଶ୍ୱକପ୍ ୨୦୨୬ର ଦକ୍ଷିଣ ଆମେରିକୀୟ କ୍ୱାଲିଫାଇଙ୍ଗ୍ ସୂଚୀର ପଞ୍ଚମ ସ୍ଥାନରେ ରହିଛି। ଶୀର୍ଷ ୬ ଟିମ୍ ଫିଫା ବିଶ୍ୱକପ୍ ପାଇଁ କ୍ୱାଲିଫାଇ କରିବେ।

ଗତ କିଛି ସମୟ ଧରି ଟିମ୍‌ର ପ୍ରଦର୍ଶନ କିଛି ଖାସ୍ ନାହିଁ। ୨୦୨୨ ବିଶ୍ୱକପ୍‌ରେ ବ୍ରାଜିଲ୍ ଟିମ୍ କ୍ୱାର୍ଟର୍ ଫାଇନାଲ୍‌ରୁ ଆଗକୁ ବଢ଼ିପାରି ନଥିଲା। ଅନ୍ତିମ-୮ରେ ଟିମ୍‌କୁ କ୍ରୋଏସିଆ ୪-୨ରେ ଶୁଟ୍‌ଆଉଟ୍ କରିଥିଲା। ଏହା ପୂର୍ବରୁ ୨୦୨୧ କୋପା ଆମେରିକା ଫାଇନାଲ୍‌ରେ ବ୍ରାଜିଲ୍ ୧-୦ରେ ଆର୍ଜେଣ୍ଟିନା ହାତରୁ ପରାଜିତ ହୋଇଥିଲା। ବ୍ରାଜିଲ୍ ଶେଷଥର ପାଇଁ ୨୦୧୯ରେ କୋପା ଆମେରିକା ଜିତି କୌଣସି ମେଜର୍ ଟାଇଟଲ୍ ଜିତିଥିଲା। ୨୦୧୮ ବିଶ୍ୱକପ୍‌ରେ ବ୍ରାଜିଲ୍ କ୍ୱାର୍ଟର୍ ଫାଇନାଲ୍‌ରୁ ବାଦ୍ ପଡ଼ିଥିଲା। ୨୦୧୪ ବିଶ୍ୱକପ୍ ବ୍ରାଜିଲ୍‌ରେ ଆୟୋଜିତ ହୋଇଥିବା ବେଳେ ଟିମ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା। ସେମିରେ ଜର୍ମାନୀ ୭-୧ରେ ଶୋଚନୀୟ ଭାବେ ହରାଇଥିଲା। ୨୦୦୨ ପରେ ବ୍ରାଜିଲ୍ କେବେ ବି ଫିଫା ବିଶ୍ୱକପ୍ ଟାଇଟଲ୍ ଜିତିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking