27.1 C
Bhubaneswar
Thursday, November 7, 2024
Homeଅପରାଧବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ରାକେଶ ପଣ୍ଡା ଓରଫ ମାଙ୍ଗ, ଟୁକୁନା ବେହେରା, ଡାକ୍ତର ଅରଫ ସନ୍ତୋଷ କୁମାର ସାହୁ, ମୂର୍ତ୍ୟୁଞ୍ଜୟ ସାବତ, ଇଚିଲି ଓରଫ ସନ୍ତୋଷ ପାଣିଗ୍ରାହୀ, ବୁଡୁଦାସ, ଗଣେଶ ପାଣିଗ୍ରାହୀ, ଏସକେ ଜାଫିର୍,ବାବାଜୀ ରଣା, ଶଙ୍କର୍ଷଣ ପାଢ଼ୀ ଓ ଶଙ୍କର ବେହେରା । ଏହି ମାମଲାର ବିଚାର ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏଯାବତ ଫେରାର ରହିଛି ।

୨୬ ଜଣ ସାକ୍ଷୀକୁ ଆଧାର କରି କୋର୍ଟ ଏହି ରାୟ ଦେଇଛନ୍ତି । ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିଲା । ଗତ ୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣି ନୁଆଗାଁ ଥାନାକୁ ଯାଇ ସେଠାରେ ହାଜିରା ଦେଇଥିଲେ । ସେଠାରୁ ସେ ବାଇକରେ ଘରକୁ ଫେରୁଥିଲେ । ଗୋଶାଣିନୁଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଥିଲେ । ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଢାଇ ଗୋଢାଇ ଖଣ୍ଡାରେ ହାଣିଥିଲେ ।

ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ । ହେଲେ ଦୁର୍ବୃତ୍ତମାନେ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ । ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ସେମାନେ ଚାରିପଟେ ଘେରିଯାଇ ବୋମା ମାଡ଼ କରି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପରେ ଅପରାଧୀମାନେ ସେଠାରୁ ଚମ୍ପଟ ମାରିଥିଲେ । ପୋଲିସ ସେଠାରେ ପହଞ୍ଚି ଗୁରୁତର ଆହତ ଶାନ୍ତିଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking