ବରଗଡ : କଂସ ଚୟନ ପାଇଁ ତାରିଖ ଘୋଷଣା ହେଲା । ଡିସେମ୍ବର ୧ ତାରିଖରେ ବରଗଡ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକ୍ରିୟା । ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା । ରିପୋର୍ଟ ଆଧାରରେ ଚୟନ କରାଯିବ । ଗତଥର କଂସ ଅଭିନେତା ଚୟନ ବେଳର ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଦ୍ୱିତାୟରୁ ପଞ୍ଚମ ସ୍ଥାନ ଭିତରେ ଥିବା କଳାକାରଙ୍କୁ ସୁଯୋଗ ଦିଆଯିବ । ଜାନୁଆରି ୫କୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା ।