16.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶହେୟାରକଟ ପାଇଁ ପ୍ରେମିକାଙ୍କ ଜୀବନ ନେଲା ପ୍ରେମିକ

ହେୟାରକଟ ପାଇଁ ପ୍ରେମିକାଙ୍କ ଜୀବନ ନେଲା ପ୍ରେମିକ

ବ୍ୟୁରୋ : ୫୦ ବର୍ଷୀୟ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି ପ୍ରେମିକ। ପ୍ରେମିକା କରିଥିବା ନୂଆ ହେୟାର ଷ୍ଟାଇଲ ପ୍ରେମିକଙ୍କୁ ପସନ୍ଦ ଆସି ନଥିଲା। ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ଛୁରୀ ଭୁଷି ନିଜ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ଆମେରିକାର ପେନସେଲଭାନିଆର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ୪୯ ବର୍ଷୀୟ ବେଞ୍ଜାମିନ ଗୁଆଲ। ତାଙ୍କ ୫୦ ବର୍ଷୀୟ ପ୍ରେମିକା ନିକଟରେ ନୂଆ ଧରଣର ହେୟାର କଟ୍ କରିଥିଲେ। ଏହାକୁ ବେଞ୍ଜାମିନ ପସନ୍ଦ କରୁ ନଥିଲେ। ଏଥିପାଇଁ ସେ ନିଜ ପ୍ରେମିକାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରି ହତ୍ୟା କରିଛନ୍ତି। ପୀଡ଼ିତାଙ୍କ ଝିଅ ପୁଲିସ୍ କହିଛନ୍ତି ଯେ ହତ୍ୟା ପଛରେ ମା’ଙ୍କ ନୂଆ ହେୟାର କଟ ରହିଛି। ପୂର୍ବରୁ ମଧ୍ୟ ବେଞ୍ଜାମିନ ହେୟାର କଟ ପାଇଁ ପ୍ରେମିକାଙ୍କୁ ଧମକ ଦେଇଥିଲା। ଧମକ ଯୋଗୁ ପୀଡ଼ିତା କାରମେନ ମାର୍ଟିନେଜ ସିଲଭା ତାଙ୍କ ଝିଅଙ୍କ ଘରେ ରାତି ତମାମ ରହିଥିଲେ।ଗୁଆଲଙ୍କୁ ଜଣାଇ ଦେବାକୁ ବନ୍ଧୁଙ୍କୁ ପରାମର୍ଶ ଦେଇଥିଲେ। ଏସବୁ ଭିତରେ ଗୁଆଲ ତାଙ୍କ ପ୍ରେମିକାଙ୍କୁ ଖୋଜିବାରେ ଲାଗିଥିଲେ। ସିଲଭା ତାଙ୍କ ଭାଇଙ୍କ ଘରେ ଥିବା ଜାଣିବା ପରେ ସେ ସେଠାରେ ପହଞ୍ଚି ଯାଇଥିଲେ। ତେବେ ସିଲଭାଙ୍କ ଭାଇ ଏଠାରେ ସେ ନଥିବା କହିଥିଲେ। ଗୁଆଲ ପ୍ରଥମେ ଚାଲି ଯାଇଥିଲେ। କିନ୍ତୁ କିଛି ମିନିଟ ପରେ ସେ ଫେରିବା ସହ ପ୍ରଥମେ ସିଲଭାଙ୍କ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଭାଇଙ୍କୁ ରକ୍ଷା କରିବା ପାଇଁ ଘର ଭିତରେ ଥିବା ସିଲଭା ଦୌଡ଼ି ଆସିଥିଲେ। ହେଲେ ଗୁଆଲ କିଛି ଶୁଣି ନଥିଲେ। ସେ ସିଲଭାଙ୍କୁ ଛୁରୀ ପରେ ଛୁରୀ ଭୁଷି ଚାଲିଥିଲେ।
ପୁଲିସ୍ ଘଟଣା ସ୍ଥଳରୁ ମାର୍ଟିନେଜ ସିଲଭାଙ୍କ ମୃତଦେହ ଉଦ୍ଧାର କରିଛି। ସେହିପରି ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ଆସିଲା ବେଳକୁ ବେଞ୍ଜାମିନ ଗୁଆଲ ଫେରାର ହୋଇ ଯାଇ ନଥିଲେ। ସେ ବ୍ୟବହାର କରିଥିବା ଛୁରୀକୁ ଧରି କାରରେ ବସି ରହିଥିଲେ। ସେଥିରେ ରକ୍ତ ମଧ୍ୟ ଲାଗିଥିଲା। ପୁଲିସ ସେହି ସ୍ଥାନରୁ ଗିରଫ କରି ହାଜତରେ ରଖିଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking