24.1 C
Bhubaneswar
Wednesday, March 11, 2026
Homeଅପରାଧପ୍ରେମିକାକୁ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲା ପ୍ରେମିକ

ପ୍ରେମିକାକୁ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲା ପ୍ରେମିକ

ସୋର: ପ୍ରେମ ନାମରେ ଓଡ଼ିଶାରୁ ଜଣେ ଯୁବତୀଙ୍କୁ ଆନ୍ଧ୍ରପ୍ରଦେଶ ନେଇ ଦୁଷ୍କର୍ମ କରି ପ୍ରେମିକ ରାସ୍ତାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ, ସୋର ଥାନା ଅଧୀନସ୍ଥ ଅଡ଼ିଆ ଗ୍ରାମର ଜଣେ ୨୪ ବର୍ଷୀୟ ଯୁବତୀ ନିଖୋଜ ଥିବା ନେଇ ଗତ ୮ ତାରିଖରେ ସୋର ଥାନାରେ ଅଭିଯୋଗ ହୋଇଥିଲା। ପରେ ଗତ ୧୦ ତାରିଖରେ ଉକ୍ତ ଯୁବତୀଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାକ୍ ରାସ୍ତାକଡ଼ରେ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଥାନାରେ ଜିମା ଦେବାସହ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ସୋର ପୁଲିସ ଏକ ମାମଲା ରୁଜୁ କରି ଆନ୍ଧ୍ର ପହଞ୍ଚିଥିଲା। ସେଠାରେ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଭଦ୍ରକ ଜିଲ୍ଲା ବାସୁଦେବପୁରର ଜଣେ ୪୫ ବର୍ଷୀୟ ଯୁବକର ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା। ଶୁକ୍ରବାର ରାତିରେ ଉକ୍ତ ଯୁବକକୁ ଆନ୍ଧ୍ରରୁ ଗିରଫ କରି ସୋର ଆଣିବା ପରେ ଶନିବାର ସଂଧ୍ୟାରେ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି। ତେବେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟପଟେ ମାମଲାର ଯାଞ୍ଚ କରୁଥିବା ପୁଲିସ ଅଧିକାରୀ ଆଲୋକ କୁମାର ବେହେରାଙ୍କୁ ପଚାରିବାରୁ ସେ ତଦନ୍ତରେ ବାଧା ସୃଷ୍ଟି ହେବା କାରଣରୁ ଅଭିଯୁକ୍ତଙ୍କ ନାମ ଓ ଠିକଣା ଦେବାକୁ ମନା କରିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking