ହାଇଦ୍ରାବାଦ : ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ଝିଅକୁ ବିଦେଶ ପଠାଇଦେଲା ବାପା । ଏହି କଥାରେ ପ୍ରେମିକ ରାଗିଯାଇ ତାଙ୍କ ବାପାଙ୍କ ଉପରକୁ ଗୁଳିମାଡ କରିଛି । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ା ରବିବାର ଦିନ ପ୍ରେମିକାର ବାପାଙ୍କୁ ଭେଟିବା ପାଇଁ ବଲବିନ୍ଦର ସେ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା । ତେବେ ଗାର୍ଲଫ୍ରେଣ୍ଡର ବାପା ଓ ବଲବିନ୍ଦର ଭିତରେ ଏହାକୁ ନେଇ ବେଶ ଯୁକ୍ତି ତର୍କ ହୋଇଥିଲା । ପରେ ରାଗିଯାଇ ବଲବିନ୍ଦର ପ୍ରେମିକାର ବାପାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ୫୭ ବର୍ଷୀୟ ରେବନ୍ତ ଆନନ୍ଦ । ତାଙ୍କ ଆଖିରେ ଆଘାତ ଲାଗିଛି । କେବଳ ସ୍ତିକି ନୁହେଁ , ଗୁଳିମାଡ ଯୋଗୁଁ ତାଙ୍କ କାରର କାଚ ଭାଙ୍ଗିଯାଇଛି । ସେପଟେ ଏହି ପୁରା ମାମଲା ସିସିଟିଭି କଏଦ ହୋଇଛି । ଗୁଳିମାଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିନ୍ତୁ ବିଏନଏସର ଧାରା ୧୦୯ ଅନୁଯାୟୀ ମାମଲା ରୁଜୁ ହେବାପରେ ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।