27.1 C
Bhubaneswar
Sunday, March 22, 2026
Homeଅପରାଧବିବାହ ପରେ ପ୍ରେମିକ ପଠାଉଛି ଅଶ୍ଳୀଳ ଭିଡିଓ ଓ ଫଟୋ

ବିବାହ ପରେ ପ୍ରେମିକ ପଠାଉଛି ଅଶ୍ଳୀଳ ଭିଡିଓ ଓ ଫଟୋ

ନୂଆଦିଲ୍ଲୀ: ପ୍ରୟାଗରାଜର ଧୁମନଗଞ୍ଜ ଥାନାରେ ଜଣେ ବିବାହିତା ଅଯୋଧ୍ୟାର ପ୍ରେମିକ ଉପରେ ବିବାହ ପରେ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଉଥିବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ରହିଛି ଯେ, ତାଙ୍କ ସ୍ୱାମୀଙ୍କୁ ଫୋନ କରି ଧମକ ଦିଆଯାଉଛି। ପୀଡ଼ିତା ଜାତୀୟ ମହିଳା ଆୟୋଗର ପରାମର୍ଶରେ ପୋଲିସ ପାଖେ ଏଫଆଇଆର ଦାଖଲ କରିଛନ୍ତି। ପୋଲିସ ବର୍ତ୍ତମାନ ସେହି ଅପରାଧୀ ଖୋଜୁଛି। ପୋଲିସ ମୁତାବକ, ବିବାହିତାଙ୍କ ସ୍ୱାମୀଙ୍କୁ ତାଙ୍କର ପୂର୍ବରୁ ଥିବା ବୟଫ୍ରେଣ୍ଡ ରୂପେଶ କୁମାର ସିଂହ ଫୋନରେ ଧମକ ଦେଉଛି। ରୂପେଶ ତାଙ୍କ ସ୍ୱାମୀଙ୍କୁ ଛାଡ଼ପାତ୍ର ଦେବାକୁ ବାଧ୍ୟ କରୁଛି। ଏହାପରେ ବିବାହିତାଙ୍କ ମୋବାଇଲରେ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଇ ସଂପର୍କ ନ ଭାଙ୍ଗିବାକୁ ଧମକ ଦେଇଛି। ବିବାହ ପୂର୍ବରୁ ଯୁବତୀ ଜଣକ ରୂପେଶଙ୍କୁ ଭଲପାଉଥିଲେ। ଯେବେ ସେ ଜାଣିବାକୁ ପାଇଲେ ଯେ, ରୂପେଶ ବିବାହିତ ଏବା ତାଙ୍କର ଦୁଇଟି ପିଲା ଅଛି, ସେତେବେଳେ ସେ ରୂପେଶଙ୍କୁ ଛାଡ଼ିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking