ଲକ୍ଷ୍ନୌ: ୟୁପିର ସୋନଭଦ୍ର ଜିଲ୍ଲା ପନ୍ନୁଗଞ୍ଜରେ ଚାଞ୍ଚଳ୍ୟ ସୃଷ୍ଟିକାରୀ ଘଟଣା । ନିଜ ନାବାଳିକା ପ୍ରେମିକାକୁ ସାଙ୍ଗଙ୍କ ସହ ମିଶି ବିକିଦେଲା । ନାବାଳିକାକୁ କିଣିଥିବା ଲୋକ ରାଜସ୍ଥାନରେ ସେହି ନାବାଳିକାକୁ ଜଣେ ଯୁବକଙ୍କ ସହ ବିଭା କରିଦେଲେ । ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ପୋଲିସ କହିଛି । ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ପନ୍ନୁଗଞ୍ଜ ଅଞ୍ଚଳର ଜନୈକା ନାବାଳିକାର ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନାବାଳିକା ନିଜ ପ୍ରେମିକକୁ ଆଖି ବୁଜି ବିଶ୍ୱାସ କରୁଥିଲା । କିନ୍ତୁ କିଛି ଟଙ୍କା ଲୋଭରେ ପ୍ରେମିକ ନିଜ ସାଙ୍ଗ ମାନଙ୍କ ସହ ମିଶି ମାତ୍ର ୯୦ ହଜାର ଟଙ୍କାରେ ନାବାଳିକା ପ୍ରେମିକାକୁ ରାଜସ୍ଥାନରେ ବିକି ଦେଲା । ଏହି ଘଟଣାରେ ମଧ୍ୟସ୍ଥଦା କରିଥିଲା ଚୋପନ ଅଞ୍ଚଳର ମହିଳା । ସେମାନେ ନାବାଳିକାକୁ ବିକ୍ରି କରିବା ପରେ ନାବାଳିକାକୁ କିଣିଥିବା ବ୍ୟକ୍ତି ରାଜସ୍ଥାନରେ ଜଣଙ୍କ ସହ ନାବାଳିକାର ବିବାହ କରିଦେଲା । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ମହିଳାଙ୍କ ସହ ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଟଙ୍କା ଜବତ କରିଛି । ରାଜସ୍ଥାନରେ ମହିଳାଙ୍କ ଜନ୍ମରେ ହ୍ରାସ ପାଇଁ ବରଙ୍କୁ କନ୍ୟା ମିଳୁ ନାହାନ୍ତି । ଏମାନେ ବାହାର ରାଜ୍ୟରୁ ଝିଅଙ୍କୁ କିଣୁଛନ୍ତି । ଯାହାର ଶିକାର ହୋଇଛି ଏହି ନାବାଳିକା ପ୍ରେମିକାଟି । ପୋଲିସ ଘଟଣାର ତଦନ୍ତ କରିବା ସହ ନାବାଳିକା ନିକଟରେ ପହଞ୍ଚିବାକୁ ରାଜସ୍ଥାନ ପୋଲିସ ସହ ସମ୍ପର୍କ ସ୍ଥାପନ କରିଛି ।