ରାଉରକେଲା : ଜେଲରୁ ଫେରି ପ୍ରେମିକାକୁ ବୀଭତ୍ସ ଭାବେ ହତ୍ୟା କରିଛି । ବାଲୁଘାଟ ନିକଟ ବ୍ରାହ୍ଣଣୀନଦୀରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । କଟା ହାତଗୋଡ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏଯାଏ ନାବାଳିକାର ମୁଣ୍ଡ ମିଳିନାହିଁ । ଖୋଜାଖୋଜି କରୁଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ କରାଯାଇଛି । ଏନେଇ ପୋଲିସ ଯୁବକଙ୍କୁ ଅଟକ ରଖିଛି । ବହୁ ଖୋଜାଖୋଜି ପରେ ନାବାଳିକାଙ୍କ ମୁଣ୍ଡ ମିଳିଲା । ନାବାଳିକାର ମୃତଦେହର ମୁଣ୍ଡକୁ ଜବତ କରିଛି ପୋଲିସ । ଗାଡିଆଟୋଲା ନିକଟ ଏକ ପୋଖରୀରୁ ମିଳିଲା ମୁଣ୍ଡ । ଓଡ୍ରାଫ ଟିମ ସହେଯାଗରେ ମୁଣ୍ଡ ଜବତ କଲା ପୋଲିସ । ପୂର୍ୱରୁ ବିଭିନ୍ନ ସ୍ଥାନରୁ ହାତ , ଗୋଡ, ଶରୀରର ସମସ୍ତ ଅଂଶ ମିଳିଥିଲା । ସମସଅତ ଅଂଶ ଜବତ ପରେ ପୋଷ୍ଟମର୍ଟମ ପାଇଁ ପଠାଗଲା ।