18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଗାର୍ଲଫ୍ରେଣ୍ଡକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲା ବୟଫ୍ରେଣ୍ଡ

ଗାର୍ଲଫ୍ରେଣ୍ଡକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲା ବୟଫ୍ରେଣ୍ଡ

ବେଙ୍ଗାଲୁରୁ: ଚାଲ ଆମେ ବାହା ହୋଇଯିବା। ପ୍ରମିକର ପ୍ରତିଶୃତିକୁ ସତ ବୋଲି ଭାବି ପ୍ରେମିକା ନିଜ ଘର ଦ୍ୱାର ଛାଡ଼ି ବୟଫ୍ରେଣ୍ଡ ସାଙ୍ଗରେ ବେଙ୍ଗାଲୁରରୁ ଗୋଆ ଚାଲିଆସିଲା। ଆଖିରେ ଆଖିଏ ସ୍ୱପ୍ନ। ହେଲେ ସେ କ’ଣ ଜାଣିଥିଲା ଯାହା ଭରସାରେ ସେ ଏତେ ଦୂର ଚାଲିଆସିଛି ସେ ହିଁ ତା ପାଇଁ କାଳ ସାଜିବ ବୋଲି। ବାହା ହୋବାର ଭରସା ଦେଇ ନିଜ ପ୍ରେମିକକୁ ବାଙ୍ଗାଲୁରରୁ ଗୋଆ ନେଇ ଆସିଲା ପ୍ରେମିକ। ଆଉ ସେଠାରେ ଦୁଇ ଜଣଙ୍କ ମଧ୍ୟରେ ଖିଟପିଟ୍ ହେବାରୁ ଗାର୍ଲଫ୍ରେଣ୍ଡକୁ ଅତି ନୃଶଂସ ଭାବରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ। ଦକ୍ଷିଣ ଗୋଆ ଏସପି ଟିକମ ସିଂହ କହିଛନ୍ତି ଯେ ଏହା ମନେ ହେଉଛି ଯେ ପ୍ରେମ ସମ୍ପର୍କରେ ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି।

ପୋଲିସର କହିବା ଅନୁଯାୟୀ, ଦୁଇଜଣ ଯାକ ବାହା ହେବା ପାଇଁ ବାଙ୍ଗାଲୁରୁରୁ ଗୋଆ ଆସିଥିଲେ। ଭଉୟ ବାଙ୍ଗାଲୁରର ବାସିନ୍ଦା। ବାହା ହେବା ପାଇଁ ଦୁହେଁ ଗୋଆ ଚାଲିଆସିଥିଲେ। ହେଲେ ସେମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ପୁଅଟି ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ଅନୁଯାୟୀ, ଦୁହେଁ ବିବାହ କରିବା ପାଇଁ ବେଙ୍ଗାଲୁରୁରୁ ଗୋଆ ଆସିଥିଲେ। କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଦୁଇ ଦିନ ପୂର୍ବରୁ ସଞ୍ଜୟ ରୋଶନିଙ୍କୁ ହତ୍ୟା କରି ଜଙ୍ଗଲରେ ମୃତଦେହ ଫିଙ୍ଗି ଦେଇଥିଲେ। ସୋମବାର ସନ୍ଧ୍ୟାରେ ଦକ୍ଷିଣ ଗୋଆର ପ୍ରତାପ ନଗର ଜଙ୍ଗଲ ଅଞ୍ଚଳରେ ରୋଶନିଙ୍କ ମୃତଦେହ ମିଳିବା ପରେ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଝିଅର ତଣ୍ଟି କାଟି ହତ୍ୟା କରାଯାଇଥିବା ପୋଲିସ ନିଶ୍ଚିତ କରିଛି। ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ​​ଏବଂ ସଞ୍ଜୟଙ୍କ ପ୍ରତି ଇଙ୍ଗିତ କରୁଥିବା ଏକ ସୁରାକ ପାଇଥିଲା। ଅପରାଧ ସାମ୍ନାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking