31.1 C
Bhubaneswar
Friday, February 13, 2026
Homeଓଡିଶାସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା ପ୍ରେମିକ

ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା ପ୍ରେମିକ

ତେଲକୋଇ: ସଇତାନ ସାଜିଲା ପ୍ରେମିକ। ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା। କେନ୍ଦୁଝର ଝିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ସୋମବାର ଏଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ତେଲକୋଇ ପୁଲିସ୍‌ ଦୁଇ ନାବାଳକଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଗତ ଶନିବାର ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଆଜି ପଦାକୁ ଆସିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ଗତ ଶନିବାର ସଂଧ୍ୟାରେ ସେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ତା’ ସହ ଥିବା ଅନ୍ୟ ତିନିଜଣ ମଧ୍ୟ ନାବାଳିକାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକାଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ପରିବାରଲୋକଙ୍କୁ ଜଣାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଚାରିଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଅପରପେକ୍ଷ, ପୁଲିସ୍ ନାବାଳିକାଙ୍କ ଡାକ୍ତରୀମାଇନା କରାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking