17.1 C
Bhubaneswar
Wednesday, January 14, 2026
Homeଅପରାଧମହିଳାଙ୍କୁ ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲା ପ୍ରେମିକ

ମହିଳାଙ୍କୁ ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲା ପ୍ରେମିକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା ଦେଇଥିବା ବିବାହିତ ପ୍ରେମିକଙ୍କ କାରନାମା ନେଇ ଜିଲାବ୍ୟାପି ଚର୍ଚ୍ଚା ହେଉଛି। ମଙ୍ଗଳବାର ମଧ୍ୟ ସମାନ ଅଭିଯୋଗରେ ଏକ ମାମଲା ଥାନାରେ ପଞ୍ଜୀକୃତ ହୋଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ କଣ୍ଟପଡ଼ା ପଞ୍ଚାୟତ ଜରିସାହି ଗାଁର ବିଶ୍ୱରଞ୍ଜନ ଦାସ(୩୦) ଜଣେ ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ବାତ୍ୟା ‘ଦାନା’ ସମୟରୁ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ଏବେ ଗର୍ଭବତୀ ଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏବେ ତାଙ୍କୁ ଗର୍ଭପାତ କରାଇବାକୁ ଔଷଧ ଦେବା, ଔଷଧ ନ ଖାଇଲେ ଜୀବନରୁ ମାରି ଦେବାକୁ ବିଶ୍ୱରଞ୍ଜନ ଧମକ ଦେଉଥିବା ଭଳି ଅଭିଯୋଗ ଏତଲାରେ ଉଲ୍ଲେଖ ରହିଛି। ମହିଳାଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଛି। ପୋଲିସ ବିଶ୍ୱରଞ୍ଜନକୁ ଗିରଫ କରିଥିବା ଆଇଆଇସି ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking