30.1 C
Bhubaneswar
Sunday, July 7, 2024
Homeଅପରାଧପୁଅ ନା ରାକ୍ଷସ! ବାପା-ମା’ଙ୍କୁ ହତ୍ୟା କରି ବାଡ଼ିରେ ପୋତିଦେଲା

ପୁଅ ନା ରାକ୍ଷସ! ବାପା-ମା’ଙ୍କୁ ହତ୍ୟା କରି ବାଡ଼ିରେ ପୋତିଦେଲା

ମୟୁରଭଞ୍ଜ: ସିମୁଳିଆ ଥାନା ଗରସଙ୍ଗ ଗାଁରେ ପୁଅର ନୃଶଂସ କାଣ୍ଡ । ଜନ୍ମକଲା ବାପା-ମା’ଙ୍କୁ ହତ୍ୟା ପରେ ପୋତିଦେଲା ପୁଅ । ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ବଢ଼ିଲା ସନ୍ଦେହ । ଭାଇକୁ ଦୁଇ ଭଉଣୀ ସନ୍ଦେହ କରିବାରୁ ମାଟି ଖୋଳା ଚାଲିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ । ସୂଚନା ଅନୁସାରେ, ଗରସଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଘରେ ବାପା-ମା ଓ ପୁଅ ରହୁଥିଲେ । ମାତ୍ର ୪ଦିନ ହେବ ମା ଓ ବାପା ଉଭୟ ନିଖୋଜ ହୋଇଯାଇଥିଲେ । ଦୁଇ ଭଉଣୀ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନଙ୍କର ପତ୍ତା ମିଳିନଥିଲା । ତେବେ ଭାଇ ମଧ୍ୟ ଘରେ ନଥିବା ଦୁଇ ଭଉଣୀ ଦେଖିଥିଲେ । ତାଙ୍କୁ ଫୋନ କଲେ ସୁଦ୍ଧା ସେ ଉଠାଇ ନଥିଲେ । ଏନେଇ ସନ୍ଦେହ ବଢିଥିଲା । ତେବେ ଗତକାଲି ବାରିପଟୁ ପଛପଟୁ ଦୁର୍ଗନ୍ଧ ବାହାରିଥିଲା ।

କିଛି କୁକୁର ସେଠାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା । ଏନେଇ ସନ୍ଦେହ ବଢିବାରୁ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପରେ ଭାଇ ବାପା-ମା’ଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିଖୋଳା ଚାଲିଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ବାହାରିଥିବା ବେଳେ ଆଉ ଗୋଟିଏ ଶବ ପାଇବା ପାଇଁ ମାଟି ଖୋଳା ଜାରି ରହିଛି । ତେବେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking