22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସୀମା ବିବାଦ: ୧୭ରେ ଭାରତ-ବାଂଲାଦେଶ ଆଲୋଚନା

ସୀମା ବିବାଦ: ୧୭ରେ ଭାରତ-ବାଂଲାଦେଶ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ଭାରତ-ବାଂଲାଦେଶ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିରେ ମୁଖ୍ୟତଃ ଭାରତୀୟ ବିଏସଏଫ୍ ଯବାନ୍‌ଙ୍କ ଉପରେ ବାଂଲାଦେଶୀ ସୈନ୍ୟଙ୍କ ଗୁଳିମାଡ଼, ସୀମାରେ ଫେନ୍ସ ନିର୍ମାଣ ଏବଂ ବାଂଲାଦେଶ ପଟୁ ଭାରତୀୟ ସୀମାରେ ହେଉଥିବା ଅନୁପ୍ରବେଶ ଉଦ୍ୟମ ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହେବ। ବିଏସ୍‌ଏଫ୍ ଏବଂ ବାଂଲାଦେଶୀ ବର୍ଡର ଗାର୍ଡ (ବିଜିବି) ମଧ୍ୟରେ ହେବାକୁ ଥିବା ଏହି ୫୫ତମ ମହାନିର୍ଦ୍ଦେଶକସ୍ତରୀୟ ବୈଠକ ବିଏସ୍‌ଏଫ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ।

ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାରଙ୍କ ପତନ ପରେ ନବଗଠିତ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବଢ଼ି ଚାଲିଛି। ଫଳରେ ଅନେକ ବାଂଲାଦେଶୀ ଏବେ ଭାରତ ମୁହାଁ ସାଜିଛନ୍ତି। ସେମାନେ ସେଠାରେ ସବୁକିଛି ଛାଡି ଭାରତରେ ପ୍ରବେଶ କରିବାକୁ ଚାହୁଁଛନ୍ତି।

ଅନ୍ୟପକ୍ଷେ ସେମାନଙ୍କୁ ରୋକିବା ପାଇଁ ବିଏସ୍‌ଏଫ୍ ଯବାନ୍‌ଙ୍କୁ ସୀମାରେ ଗୁଳି ଚଳାଇବାକୁ ପଡୁଥିବା ବେଳେ ବିଜିବି ମଧ୍ୟ ଜବାବରେ ବିଏସଏଫ୍ ଉପରେ ଗୁଳିମାଡ଼ କରୁଛି। ଏସବୁ ପରିସ୍ଥିତି ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଉପରେ ଦୁଇ ଦେଶର ନଜର ରହିଛି।  ଉଭୟ ଭାରତ-ବାଂଲାଦେଶ ପ୍ରାୟ ୪୦୯୬ କିମି ପରିବ୍ୟାପ୍ତ ସୀମା ସେୟାର କରୁଛନ୍ତି। ଏଥିରେ ଭାରତର ପ୍ରାୟ ୫ଟି ରାଜ୍ୟ ପଶ୍ଚିମବଙ୍ଗ (ସର୍ବାଧିକ ୨୨୧୭ କିମି), ତ୍ରିପୁରା (୮୫୬କିମି), ମେଘାଳୟ (୪୪୩ କିମି), ଆସାମ (୨୬୨ କିମି) ଏବଂ ମିଜୋରାମ୍ (୩୧୮ କିମି) ସାମିଲ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking