34.1 C
Bhubaneswar
Sunday, February 22, 2026
Homeଓଡିଶାଡେଥ୍ ୱାରିଅର୍ କ୍ରିକେଟ୍ ପକ୍ଷରୁ ଚାଲିଥିବା କ୍ରିକେଟ ମ୍ୟାଚରେ ବୁମ୍ ବୁମ୍ ବ୍ଲାଷ୍ଟର ଦଳ ଚାମ୍ପିଅନ

ଡେଥ୍ ୱାରିଅର୍ କ୍ରିକେଟ୍ ପକ୍ଷରୁ ଚାଲିଥିବା କ୍ରିକେଟ ମ୍ୟାଚରେ ବୁମ୍ ବୁମ୍ ବ୍ଲାଷ୍ଟର ଦଳ ଚାମ୍ପିଅନ

ରାୟଗଡା: ଡେଥ୍ ୱାରିଅର୍ କ୍ରିକେଟ୍ ପକ୍ଷରୁ ଚାଲିଥିବା ଦଶହରା କପ୍ କ୍ରିକେଟ ମ୍ୟାଚ୍ ଆଜି ଉଦଯାପିତ ହୋଯାଇଛି । ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇ ଆସିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଛଅଟି ଦଳ ଭାଗ ନେଇଥିଲେ ଏବଂ ଆଜି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ବୁମ୍ ବୁମ ବ୍ଲାଷ୍ଟର ଚାମ୍ପିଅନ ହାସଲ କରିଛି। ଏବଂ ଦେଶୀ ଡନିଓମସ ରନର୍ଷପ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବାୟୁସେନା ଅଫିସର ଶ୍ରୀ ଜୟ କୁମାର ପଣ୍ଡା ଯୋଗ ଦେଇ ବିଜେତା ଦଳକୁ ଏବଂ ରନରସପ ଦଳ କୁ କ୍ୟାସ ଏବଂ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଡେଥ୍ ୱାରିଓର କ୍ରିକେଟ୍ କ୍ଲବର ଚିକୁ ପୋଲାଇ, ଦିଲ୍ଲୀପ କୁଲଦୀପ, ଅରବିନ୍ଦ ଦୋରା, ସିଧୁ, ଗିରିଶ, ପବନ, ରାଜେଶ , ପ୍ରତୁସ୍ ରାଉତ, ରୋହିତ ଜେନା, ଗଣେଶ ବିଷୋୟୀ, ହେମନ୍ତ କୁମାରଙ୍କ ସହଯୋଗ କରିଥିଲେ। ଏହିଭଳି ଭାବରେ ଆଗକୁ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ଡେଥ୍ ୱାରିଅର୍ କ୍ରିକେଟ୍ କ୍ଲବର ସଭାପତି ବନୀ ପଟନାୟକ ଏବଂ ସମ୍ପାଦକ ରାଜେଶ୍ ମିଶ୍ର ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking