18.1 C
Bhubaneswar
Monday, February 9, 2026
Homeଓଡିଶାସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର:  ମୁଁ କିଏ ? ମୁଁ କେଉଁଠାରୁ ଆସିଛି ? ମୃତ୍ୟୁ ପରେ ମୋ ସହିତ କ’ଣ ହେବ ? ଏହା ହୁଏତ ଅତ୍ୟଧିକ ଦାର୍ଶନିକ ପ୍ରଶ୍ନ ହୋଇପାରେ, କିନ୍ତୁ ଏଭଳି ପ୍ରଶ୍ନକୁ ନେଇ ଆତ୍ମଚିନ୍ତନ କଲେ ନିଜ ମନରେ ବେଶ ପରିବର୍ତନ ଆସିପାରିବ ବୋଲି କହିଛନ୍ତି ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲାର ପୂର୍ବତନ ପ୍ରଫେସର ତଥା ଲେଖକ ପ୍ରଫେସର (ଡକ୍ଟର) କାହ୍ନୁଚରଣ ପାତ୍ର । ଏହି ସବୁ ଦାର୍ଶନିକ ପ୍ରଶ୍ନର ଉତର ଖୋଜିବାକୁ ଯାଇ ପ୍ରଫେସର (ଡକ୍ଟର) ପାତ୍ର ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ନାମକ ଏକ ପୁସ୍ତକ ରଚନା କରିଥିବା ବେଳେ ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।

ଯଦିଓ କର୍ମ ଏବଂ ମୋକ୍ଷ ଏହି ଦୁଇଟି ପ୍ରସଙ୍ଗକୁ ପୁସ୍ତକରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ଅନେକ ଗୁଡିଏ ବିସ୍ତୃତ ପ୍ରସଙ୍ଗକୁ ମଧ୍ୟ ଏହି ପୁସ୍ତକରେ ସାମିଲ କରିଛନ୍ତି ଲେଖକ । ପୁସ୍ତକଟିକୁ ଚାରି ଭାଗରେ ବିଭକ୍ତ କରାଯିବା ସହ ଜୀବନର ଅର୍ଥ ଏବଂ ମଣିଷ କିଭଳି ଭାବେ ଜୀବନ ଅତିବାହିତ କରିବା ଉଚିତ୍ ସେ ସମ୍ପର୍କରେ ଅଧିକ ବ୍ୟାଖ୍ୟା କରାଯାଇଛି ବୋଲି ପ୍ରଫେସର (ଡକ୍ଟର) ପାତ୍ର କହିଛନ୍ତି । ପୁସ୍ତକଟିକୁ ଜ୍ଞାନଯୁଗ ପ୍ରକାଶନ ପକ୍ଷରୁ ପ୍ରକାଶିତ କରାଯାଇଛି । ପୁସ୍ତକ ଉନ୍ମୋଚନ ଅବସରରେ ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପି.କେ. ପାତ୍ର, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପି.କେ ପାଢ଼ୀ, ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ, ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପାଷ୍ଟ ପ୍ରେସିଡେଂଟ ଶ୍ରୀ ଅଶୋକ ବାସା ଏବଂ ପୁସ୍ତକର ସମ୍ପାଦକ ଶ୍ରୀ ପଂଚାନନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking